ଜେଏମଏଫସି କୋର୍ଟ ଉଦ୍‌ଘାଟନ ପୂର୍ବରୁ ନୂତନ କୋଠା ତଦାରଖ କଲେ-ଜିଲ୍ଲାପାଳ ।

ବ୍ରହ୍ମପୁର,୫/୧୨(ପିପିଟି);ହିଞ୍ଜିଳି ପୌର ପରିଷଦରେ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଗୁଡିକ ନିର୍ମିତ ହୋଇ ପଡ଼ି ରହିଥିବା ବେଳେ କିଛି ଦିନ ତଳେ ହିଞ୍ଜିଳିର ସ୍ଥାନୀୟ ମିନି ଷ୍ଟାଡିୟମ ସ୍ଥିତ ଇନଡୋର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରାଯାଇଥିଲା।ମୂଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ହେଉଥିବା ବେଳେ, ହିଞ୍ଜିଳି ପୌରପରିଷରେ ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ଜେଏମଏଫସି ନୂତନ କୋଠା ଆସନ୍ତା ୮ ତାରିଖରେଉଦ୍ଘାଟନ ହେବ ବୋଲି ଜାଣିବାକୁ ମିଳିଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ଦିନ ହିଞ୍ଜିଳି ଗସ୍ତରେ ଆସି ପ୍ରଥମେ ନୁଁଆଗଡ଼ ସ୍ତିତ ସର ପାହାଡରେ ହୋଇଥିବା ଜେଏମଏଫସି ନୂତନ କୋଠାକୁ ଯାଇ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶନ୍ନ କୁମାର ପାତ୍ର , ତହସିଲଦାର ପ୍ରଭାତ କୁମାର ପରିଡ଼ା , କାର୍ଯନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ସ୍ଥାନୀୟ ଜେଏମଏଫସି କୋର୍ଟର ବିଚାରପତି ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ଥିଲେ । ପରେ ହିଞ୍ଜିଳି ବ୍ଳକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ପ୍ରସ୍ତୁତି ବିଷୟରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Comments (0)
Add Comment