ଜେଆଇଟିଏମ ନନଟିଚିଙ୍ଗ ଷ୍ଟାଫ ୟୁନିଅନ ର ସାଙ୍ଗଠନିକ ବୈଠକ ।

ପାରଳାଖେମୁଣ୍ଡି,୧୨/୧୨(ପିପିଟି): ସ୍ଥାନୀୟ ସେଞ୍ଚୁରିଆନ ୟୁନିଭେରସିଟି ରେ କାର୍ଯ୍ୟରତ ସମସ୍ତ ନନଟିଚିଙ୍ଗ କର୍ମଚାରୀ ମାନଙ୍କର ବହୁବିଦ୍ଧ ସମସ୍ୟାକୁ ନେଇ ସଂଘର ଏକ ସାଙ୍ଗଠନିକ ବୈଠକ ଆର.ସୀତାପୁର ର କମ୍ୟୁନିଟି ହଲ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ରଞ୍ଜନ କୁମାର ଶତପଥିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ କର୍ମଚାରୀ ଭାଗ ନେଇ କାର୍ଯ୍ୟକ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାକୁ ଉତଥାପନ କରିଥିଲେ । କାର୍ଯ୍ୟରତ ନନଟିଚିଙ୍ଗ କର୍ମଚାରୀ ମାନେ ଦୀର୍ଘ ଦିନରୁ କାମ କରି ଆସୁଥିଲେ ମଧ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଭଳି ନିୟମିତ କର୍ମଚାରୀ ର ମାନ୍ୟତା ମିଳିପାରୁନାହିଁ । ଶ୍ରମବିଭାଗ ର ସର୍ବନିମ୍ନ ମଜୁରୀ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ବେଳେ,ଏହାକୁ ନେଇ ୟୁନିଭେରସିଟି ମ୍ୟାନେଜମେଣ୍ଟଙ୍କୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ । କରୋନା ସମୟ ରେ ବକେୟା ଥିବା ୨୦୨୦ ମଇ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦରମା ସହ ପୂର୍ବର ୨୦୧୭-୧୯ ତିନିବର୍ଷର ବର୍ଦ୍ଧିତ ଦରମାର ବକେୟା ଅର୍ଥ ପୈଠ, ନିୟମିତ କର୍ମଚାରୀ ମାନଙ୍କ ଭଳି ସବୈତନିକ ଛୁଟି ସହ ମହିଳା କର୍ମଚାରୀ ମାନଙ୍କ ପାଇଁ ପ୍ରସୂତିକାଳୀନ ଛୁଟି ପ୍ରଦାନ, ବଜାର ଦର ଅନୁସାରେ ଦରମା ବୃଦ୍ଧି ଓ ଅବସର କାଳୀନ ସମୟ ସୀମା ୬୦ ବର୍ଷକୁ ବୃଦ୍ଧି ଆଦି ଦାବିକୁ ନେଇ ଆଲୋଚନା ପ୍ରକାରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରାଯାଇଥିଲା, ଏହାକୁ ନେଇ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ସହ ଆଲୋଚନା ପ୍ରକାରେ ସମାଧାନ ପାଇଁ ସମାଧାନ କରାଯିବ ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପେଣେଇବାକୁ ସଂଘ ବାଧ୍ୟ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଆଇଏଫଟିୟୁ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, କେଦାର ସବର ଯୋଗ ଦେଇ ସେଞ୍ଚୁରିଆନ ମ୍ୟାନେଜମେଣ୍ଟର କର୍ମଚାରୀ ମାରଣନୀତିକୁ ଦୃଢ ନିନ୍ଦା କରିବା ସହିତ ଆଗାମୀ ଦିନରେ କର୍ମଚାରୀ ମାନେ ସଙ୍ଘଠନ କୁ ସୁଦୃଢ କରି ଏକାତାବଦ୍ଧ ହୋଇ ଲଢେଇ କରିବାକୁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସମ୍ପାଦକ ଏ.ସତ୍ୟନାରାୟଣ ରାଜୁ, ନରସିଂହ ମାଳ ବିଷୋୟୀ, ଆର.ଲୋକନାଥ,ସଂଘର ଉପସଭାପତି କେ.ରାଜା ରାଓ, କ୍ରିଷ୍ଣାମୂର୍ତ୍ତୀ, କେ.ପାର୍ବତୀ, ସୁଲଚନା ପ୍ରମୁଖ ପରିଚାଳନା କରିଥିଲେ ।

Comments (0)
Add Comment