ଭୁବନେଶ୍ବର ,୩୦/୦୬;ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ। ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ଯୁ ବଳବତ୍ତର ରହିବ। ସପ୍ତାହନ୍ତ ସଟ୍ଡାଉନ୍ କେବଳ କ୍ୟାଟେଗୋରି “ବି” ଅନ୍ତର୍ଗତ ୧୦ଟି ଜିଲ୍ଲାରେ ଜାରି ରହିବ।
ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
ବିବାହ, ବ୍ରତ, ଶେଷକୃତ୍ଯ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ। ସାରା ରାଜ୍ୟରେ ଛୋଟ ସେଲୁନ୍ ନିର୍ଦ୍ଧାରିତ ସମୟରେ ଖୋଲା ଯାଇପାରିବ। ତେବେ ସ୍ପା, ପାର୍ଲର ଆଦି ବନ୍ଦ ରହିବ। ଲକଡାଉନ୍ ସମୟରେ ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ, କ୍ୟାଟେଗୋରି “ଏ” ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି,ରାୟଗଡା, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ।
ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ: କ୍ୟାଟେଗୋରି “ବି” ଜିଲ୍ଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜ