ବେଲଗୁଣ୍ଠା,୦୧/୧୦(ପିପିଟି): ବେଲଗୁଣ୍ଠା ପୋଲିସ ଆଜି ଅପରାହ୍ନରେ ରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜଣକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ଖବର ପ୍ରକାରେ ଜି ନୁଆଗାଁ ଶନି ମନ୍ଦିର ପଛପଟେ ଏକ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ଖବର ପାଇ ବେଲଗୁଣ୍ଠା ପୋଲିସ ଆଜି ଅପରାହ୍ନରେ ଚଢ଼ାଉ କରିଥିଲା । ସେଠାରୁ ଚାରି ଜୁଆଡିକୁ ଗିରଫ କରିବା ସହ ୩୨,୫୫୦ ଟଙ୍କା, ଚାରୋଟି ମୋବାଇଲ ଓ ଗୋଟିଏ ସ୍କୋରପିଓ ଗାଡି ଜବତ କରିଥିଲେ। ଏନେଇ ଥାନାରେ ୩୦୧/୨୨ରେ ଏକ ମାମଲା ରୁଜୁ କରିଥିବା ବେଳେ ପାର୍ବଣକୁ ଆଖି ଆଗରେ ରଖି ଧରପଗଡ଼ ଜୋରଦାର ହେବ ବୋଲି ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )