ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା ସହ ଛଅ ଜୁଆଡି ଗିରଫ ।

ବେଲଗୁଣ୍ଠା,୧୯/୦୧(ପିପିଟି): କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି । ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଛଅ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୫୩,୩୮୦ ଟଙ୍କା,ପଲିଥିନ୍ ପାଲ ଏବଂ ତାସ୍ ଜବତ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ସୋରଡ଼ା ଥାନା ପାଲକାଟ ଗ୍ରାମର ନୀଳାଞ୍ଚଳ ସାହୁ (୩୮),ଲାଠିପଡାର ସଞ୍ଜୟ ସ୍ୱାଇଁ (୪୩),ଅଶୋକ କୁମାର ସ୍ଵାଇଁ (୩୪),ବଡ଼ଗଡ଼ ଥାନା ଅନ୍ତର୍ଗତ ପଦ୍ମପୁରର ଶତୃଘ୍ନ ବେହେରା (୩୦), ସନ୍ଦିକେନ୍ଦୁର ରୋହିତ୍ ଗୌଡ଼ (୨୭) ଏବଂ ଗାଙ୍ଗପୁର ଥାନା ଅନ୍ତର୍ଗତ ଖାରୀପଡ଼ିଆର ଅରୁଣ ନାୟକ (୪୦) । ଏନେଇ ଗାଙ୍ଗପୁର ଥାନାରେ ୟୁ/ଏସ୍ ତିନି ଓପିଜି ଆକ୍ଟରେ କେଶ୍ ନମ୍ବର୍ ୩୨/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment