ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା ସହ ଚାରି ଜୁଆଡି ଗିରଫ ।

ବେଲଗୁଣ୍ଠା,୧୫/୦୨(ପିପିଟି);କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି । ଗତ କାଲି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ଗୋଗେଇ ନାଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଚାରି ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୨,୧୦୦ ଟଙ୍କା ଏବଂ ତାସ୍ ସହ ଚାରି ଜଣଙ୍କୁ ଗିରଫ କରିଛି । ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୫୩/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ସୂଚନା ଥାଉକି ଚଳିତ ବର୍ଷ କରୋନା କଟକଣା ସମୟରୁ ହିଁ ବହୁ ଜୁଆଡ଼ି ପୋଲିସ୍ ଚଢାଉର ଶିକାର ହୋଇ ଗିରଫ ହୋଇଥିଲେ ମଧ୍ୟ କିଛି ଜୁଆଡ଼ି ଅମାନିଆ ଭାବରେ ଜୁଆରେ ମାତି ବାରମ୍ବାର ପୋଲିସ୍ ହାତରେ ଧରା ଦେଉଛନ୍ତି । ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଜୁଆ ମୁକ୍ତ କରିବା ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment