ଜୁଆ ଆଡାରେ ଚଢ଼ାଉ ; ୮ ଗିରଫ ।

ଭଞ୍ଜନଗର,୧୩/୦୬(ପିପିଟି) : ତାରସିଂ ଥାନା ଅଧୀନ ଗେରେଡା ଗ୍ରାମ ଆଗୁଲ ସାହି ପୋଖରୀ ନିକଟରେ ଚାଲିଥିବା ଏକ ଜୁଆ ଆଡାରେ ପୋଲିସ ଚଢ଼ାଉ କରି ୮ ଜଣ ସ୍ଥାନୀୟ ଜୁଆଡି ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧୬୪୬୦ ଟଙ୍କା,ଚାରି ମୋଟର ସାଇକେଲ,୭ ମୋବାଇଲ ଜବତ ହୋଇଛି। ଏ ନେଇ କେସ ନଂ ୧୭୩/୨୨ ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment