ଜୁଆଆଡ୍ଡାରେ ଚଢ଼ାଉ; ସାତ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୫,୨୨୦ ଟଙ୍କା, ଦୁଇ ମୋବାଇଲ୍ ଓ ତାସ୍ ଜବତ କଲା ପୁଲିସ।

ବେଲଗୁଣ୍ଠା,୧୫/୧୨(ପିପିଟି);ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଗାଙ୍ଗପୁର ପୁଲିସ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୫,୨୨୦ ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଓ ତାସ୍ ଜବତ କରିଛି । ସୂଚନା ପ୍ରକାରେ ଆଜି ରାତ୍ର ୭,୩୦ ମିନଟ ସମୟରେ ଗାଙ୍ଗପୁର ପୁଲିସ ପାଟ୍ରୋଲିଂ କରୁ୍ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ଜୁଆଡିମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍ ଓ ତାସ୍ ଜବତ କରିଥିଲା । ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଓପିଜି ଆକ୍ଟ ବଳରେ କେସ୍ ନମ୍ବର୍ 360/20 ରେ ଏକ ମାମଲା ରୁଜୁ କରି ଆଜି ସମସ୍ତଙ୍କୁ ଗିରଫ କରାଯାଇଛି ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜୁଆ ମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment