ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତିର ପଞ୍ଚାୟତ ସ୍ତରୀୟ ସଂଘ ଗଠନ ।

ବେଲଗୁଣ୍ଠା,୦୯/୧୧( ପିପିଟି):ମହିଳା ମାନଙ୍କୁ ସ୍ଵାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତି ଆନୂକୂଲ୍ଯରେ କ୍ଷତ୍ରିୟବରପୁର ପଞ୍ଚାୟତରେ ଏକ ପଞ୍ଚାୟତ ସ୍ତରୀୟ ସଂଘ ଗଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ବିପିଏମ୍ ଚନ୍ଦନ କୁମାର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସୋରଡ଼ା ବ୍ଳକ୍ ର ସିନିୟର ସିଆରପି ଲିଲି ପ୍ରଧାନ ଏବଂ ରଶ୍ମିତା ଜେନା ଉପସ୍ଥିତ ମିଶନ୍ ଶକ୍ତି ମହିଳା ମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ରାସ୍ତା ଦେଖାଇଛି ବୋଲି ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୧୨ ଟି ମଞ୍ଚର ସଭାନେତ୍ରୀ ଏବଂ ସମ୍ପାଦିକା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment