ଜୀବିକା ମିଶନର କାର୍ଯ୍ୟ ଦାଣ୍ଡରେ ପଡି ହାଟରେ ଗଡିଲାଣି ।

ରାୟଗଡା,ତା-୦୭/୧୦(ପିପିଟି); ତାଳମେଳ ରହୁନାହିଁ ଅଫିସର ଏବଂ ଗାଁରେ କାମ କରୁଥିବା କର୍ମଚାରୀ ଙ୍କର, ଜୀବିକାମିଶନର କାର୍ଯ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକର ଓଡ଼ିଶା ଜୀବିକାମିଶନର କାର୍ଯ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।ଅଫିସର ଏବଂ ଗାଁ ସ୍ତରରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ତାଳମେଳ ନରହିବାରୁ ଜୀବିକା ମିଶନ ତାର ଲକ୍ଷ୍ୟରେ ପହଞ୍ଚି ପାରୁନାହିଁ । ମହିଳା ମାନଙ୍କୁ ଆଗକୁ ବଢ଼ିବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ, ଠିକ ମାର୍ଗରେ ଖର୍ଚ୍ଚ ନହୋଇ ମହିଳାଙ୍କ ନିକଟରେ ପହଞ୍ଚି ପାରୁନାହିଁ ।ରାମନାଗୁଡା ବ୍ଳକର ୮ ଗୋଟି ପଞ୍ଚାୟତରେ ମିଶନ ତାର କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି ବ୍ଳକର ଗୋଗୁପାଡୁ, ଗୁଲୁଣ୍ଠି, ସୁଣ୍ଢିଧାମୁଣୀ, ପେନକାମ,କୁଜେନ୍ଦ୍ରୀ, ନିଲାମଗୁଡା, ଗୁଳୁମୁଣ୍ଡା ଏବଂ ବୁଥିଙ୍ଗ ପଂଚାୟତରେ କାର୍ଯ୍ୟକ୍ରମ ଚାଲିଥିବା ଵେଳେ ନିଲାମଗୁଡା ପଂଚାୟତରେ କିପରି ବାଟ ମାରଣା ହେଉଛି ତାର ପର୍ଦ୍ଧାଫାଶ କରିଛନ୍ତି, ପଞ୍ଚାୟତର ଦକ୍ଷ ନଥିପତ୍ର ଲେଖିକା(ଏମ ବି କେ)ଅମ୍ବିକା ଶବର। ଯେକୌଣସି ମିଟିଂରେ କେବଳ ଚାହା ବିସ୍କୁଟ ଦେଇ ୧୨୦୦୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, ୧,୧୩,୭୦୦ ଟଙ୍କା ବିଲ କରିବାକୁ ବାଧ୍ୟ କରଯାଇଛି।ତାକୁ ବିରୋଧ କଲେ ଚାକିରିରୁ ବହିଷ୍କାର କରିବାର ଧମକ ମିଳୁଛି। ଅମ୍ବିକାଙ୍କ ମାସିକ ପାରିଶ୍ରମିକ ୩୦୦୦ ଟଙ୍କା ଥିବାବେଳ ଦୀର୍ଘ ୨ ବର୍ଷରୁ ଅଧିକ ହେବ ମାତ୍ର ୨୦୦୦ ଟଙ୍କା ଦିଆଯାଉଛି।ପଚାରିଲେ ଉତ୍ତର ମିଳୁଛି,ଉପରୁ ତଳପର୍ଯ୍ୟନ୍ତ ସମସ୍ତଙ୍କୁ ପିସି ଦିଆହେବ। ନିଲାମଗୁଡା ସରପଞ୍ଚ କାମେଶ୍ୱର ଗମାଙ୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ଏମ ବି କେ ନିଜ ଯୋଗ୍ୟତା ଏବଂ ଇଣ୍ଟରଭ୍ୟୁରେ ଏହି କାମ ପାଇଛନ୍ତି, ଏତେ ସହଜ ନୁହେଁ ତାଙ୍କୁ ବାହାର କରିବା।ଯଦି ତାଙ୍କୁ ଅସଦ ଉପାୟରେ ବାହାର କରାଯାଏ,ତେବେ ସେ ନ୍ୟାୟାଳୟର ଆଶ୍ରୟ ନେଲେ ସବୁ ଅସୁବିଧା ହେବ । ମୂଖ୍ୟତଃ ଏହି ଦାୟିତ୍ୱରେ ଜଣେ ସ୍ନାତକ ଡିଗ୍ରୀଧାରୀ ରହିବା ଫଳରେ ସମସ୍ତଙ୍କୁ ଅସୁବିଧା ହେଉଛି,ଯଦି ଜଣେ କମ ପଢିଥିବା ନିରୀହ ମହିଳା ଦାୟିତ୍ୱରେ ରହିଥିଲେ ସବୁ ଅଫିସରଙ୍କୁ ସୁବିଧା ହୁଅନ୍ତା । ଯଦି ଜଣେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ ତେବେ ଅସାଧୁ କର୍ମଚାରୀଙ୍କ ଗୋତ୍ର ଦାହ ହେବହିଁ ହେବ। ଏହି ଭଳି ପରିସ୍ଥିତି କୁଜେନ୍ଦ୍ରୀଗ୍ରାମ ପଞ୍ଚାୟତରେ ମଧ୍ୟ ରହିଛି। ସେଠାରେ ଦାୟିତ୍ୱରେ ଥିବା ସୁରମ୍ୟା ବଡ଼ରଇତ ଜଣେ ବି. ଟେକ ଛାତ୍ରୀ। ସେ ଯେଉଁ ସମାଜ ସେଵା, ପରିବେଶ ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି ତାର ବିସ୍ତୃତ ବିବରଣୀ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଛି । ବ୍ଳକ ପ୍ରଶାସନର ହତୋଛାହ ମନୋଭାଵ ତଥା ନିର୍ଯ୍ୟାତନା ସହିନପାରି ନିଲାମଗୁଡା ଏମ ବି କେ ଅମ୍ବିକା ଶବର, କୁଜେନ୍ଦ୍ରୀ ଏମ ବି କେ ସୁରମ୍ୟା ବଡ଼ରଇତ ଓ ପେଣକାମ ବ୍ୟାଙ୍କମିତ୍ର ଗଙ୍ଗା ପଦାକା ୦୫-୧୦-୨୦ ଦିନ ଗୁଣପୁର ଉପଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରି ଗୁହାରି କରିଥିଲେ। ଉପଜିଲ୍ଲାପାଳ ସୋନାଲ ଜେନା ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ, ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।୦୬-୧୦-୨୦ ଦିନ ରାୟଗଡା ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ ପତ୍ର ମାଧ୍ୟମରେ ଜଣାଇଥିଲେ । ଡିପିଏମ ହେମନ୍ତ କୁମାର ବାଗ କହିଛନ୍ତି ଯେ, ଖୁବଶୀଘ୍ର ଏକ କମିଟି ଗଠନ କରି ତଦନ୍ତ କରି । ଯଦି ଆଦିବାସୀ ମହିଳାଙ୍କ ପ୍ରତି ଏ ପ୍ରକାର ଅତ୍ୟାଚାର ହୁଏ ତେବେ ବିଜୁବାବୁଙ୍କ ମହିଳାଙ୍କ ପ୍ରତି ସମ୍ମାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ବିକାଶ ଯୋଜନା ଦିଗହରା ହେବ ଏଥିରେ ଦ୍ବିମତ ନାହିଁ। (ରିପୋର୍ଟ – ନବୀନ ନାୟକ ବେହେରା ।)

Comments (0)
Add Comment