ପୋଲସରା ୧୪/୧୦(ପିପିଟି) :ଭାରତୀୟ ଜୀବନ ବୀମା ଆସିକା ଶାଖା ଅଭିକର୍ତ୍ତା ସଂଘ ପକ୍ଷରୁ ଆଜି ଜୀବନ ବୀମା ନିଗମ ର ପୋଲସରା ସେଟ୍ ଲାଇଟ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସାଟେଲାଇଟ୍ କାର୍ଯ୍ୟାଳୟ ର ପରିଚାଳକ ଗଙ୍ଗାଧର ପାତ୍ର ଙ୍କୁ ଗୋଟିଏ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ନିଗମ ପକ୍ଷରୁ ଚଳିତ ମାସ ପ୍ରାରମ୍ଭରୁ ଲାଗୁ କରାଯାଇଥିବା କେତେକ ନିୟମ କୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ସୂଚନାଯୋଗ୍ୟ ଯେ ନିଗମ ଚଳିତ ମାସ ଠାରୁ ଅଭିକର୍ତ୍ତା ମାନଙ୍କ କମିଶନ ହ୍ରାସ କରିବା ସହିତ ନୂଆଁ ବୀମା କରିବା କରିବା କ୍ଷେତ୍ରରେ କେତେକ କଟକଣା ଲାଗୁ କରା ଯାଇଛି। ଏହା ଦ୍ବାରା ଛୋଟ କର୍ମଚାରୀ , ମଜୁରିଆ , ଛୋଟ ଚାଷୀ ଓ ବ୍ୟବସାୟୀ ମାନେ ନିଜର ଜୀବନ ବୀମା କରି ପାରିବେ ନାହିଁ ଫଳରେ ସେମାନଙ୍କ ପାରିବାରିକ ସୁରକ୍ଷା ରେ ପ୍ରତିବନ୍ଧକ ସୃଷ୍ଠି ହେବ। ଏହା ବ୍ୟତୀତ ବୀମାଧାରୀ ମାନଙ୍କ ବୀମା ଉପରେ ମିଳୁଥିବା ବୋନସ ବୃଦ୍ଧି କରିବା ଦାବି ମଧ୍ୟ ରହିଛି। ଆଜି ର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଭାରତୀୟ ଜୀବନ ବୀମା ନିଗମ ର ଆସିକା ଶାଖା ଅଭିକର୍ତ୍ତା ସଂଘ ର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ଜେନା , ପୂର୍ବତନ ସଭାପତି ଶିବ ପ୍ରସାଦ ମହାନ୍ତି ଓ କାର୍ଯ୍ୟକାରୀ କମିଟି ସଭ୍ୟ ରବିନ୍ଦ୍ର ସାହୁ ଯୋଗ ଦେଇ ବିକ୍ଷୋଭ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ଅଞ୍ଚଳ ର ବରିଷ୍ଠ ଅଭିକର୍ତ୍ତା ନାରାୟଣ ପାଣିଗ୍ରାହୀ , ଲକ୍ଷ୍ମୀ ନାରାୟଣ ପାତ୍ର , ଗଣପତି ସାହୁ , ହରି ହର ପାତ୍ର , ଅର୍ଜୁନ ମିଶ୍ର , ସଚିଦାନନ୍ଦ ବିଷୋୟୀ , ଅଶ୍ବିନୀ କୁମାର ସାହୁ , ମମତା , ସାହୁ , କୁମୁଦିନୀ ମହାଙ୍କୁଡ , ରିନା ମହାଙ୍କୁଡ , ଦେବାନନ୍ଦ ପ୍ରଧାନ , ଭବାନୀ ଶଙ୍କର ପଟ୍ଟନାୟକ , ମିରାବାଇ ପଟ୍ଟନାୟକ , ରଞ୍ଜନ ଗୌଡ଼ , ସାଗରିକା ମହାପାତ୍ର ଏବଂ ହରି ଶଙ୍କର ବେହେରା ପ୍ରମୁଖ ବିକ୍ଷୋଭ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥଲେ। ଅଭିକର୍ତ୍ତା ସଂଘ ର ଦାବି ପୁରଣ ନହେଲେ ଆଗାମୀ ଦିନ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ସଂଘର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା