***ଜୀବନ ଗଣିତ***

ମାତୃ ଗର୍ଭେ ଭୃଣ ହେଲେ ସଞ୍ଚାରିତ
ଆରମ୍ଭ ହୁଏ ଗଣିତ
ଦଶ ମାସ ଦଶ ଦିନ ପୂର୍ଣ୍ଣ ହେଲେ
ଶିଶୁ ହୁଅଇ ସମ୍ଭୁତ….!!
ଷଷ୍ଠ ଦିନେ ଷଷ୍ଠୀ ମା’ ଆସି ରାତ୍ରେ
ଭାଗ୍ୟ ଲେଖଇ କପାଳେ….
ସେହି ଶିଶୁ ମର୍ତ୍ତ୍ୟେ ଲଭିଣ ଜନମ
ଦଶା ଭୋଗେ ଭାଗ୍ଯ ବଳେ….!!
ଏକୋଇଶି ଦିନେ ନାମ କରଣ ଯେ
ନକ୍ଷତ୍ର, ବାର, ସମୟ …..
ଗଣନା କରିଣ ନବ ଗ୍ରହ ସବୂ
ଜ୍ଯୋତିଷ କରଇ ଲୟ…!!
ଭୂତ ଭବିଷ୍ୟତ ହୁଅଇ ଗଣନା
ଶୁଭା ଶୁଭ ଦିନ ଦଣ୍ଡ…..
ଶିକ୍ଷା ଦୀକ୍ଷା ଧନ ଆୟୁଷ ବିବାହ
ଗ୍ରହ ପୀଡ଼ା ମାନଦଣ୍ଡ….!!
ଗଣିତ ପାଠରେ ଜୀବନ ଆରମ୍ଭ
ଗଣିତରେ ହୁଏ ଶେଷ….
ପଚିଶି ବୟସେ କରିବ ବିବାହ
ପଚାଶରେ ମନ ତୋଷ….!!
ଷାଠିଏ ବୟସେ ସଂସାର ବୈରାଗୀ
ଲୋଭ ମୋହ ସବୁ ତ୍ୟାଗ….
ହରି ନାମ ଜପି ଭକତି ମାର୍ଗରେ
କରୁ ଥାଅ ନିତ୍ଯ ଯୋଗ….!!
ମରଣ କାଳରେ ଛଅ ଖଣ୍ଡି କାଠ
ଚିତାରେ ଲାଗେ ଅବଶ୍ଯ….
ଦଶା କର୍ମ କରି ସୁଦ୍ଧି କ୍ରିୟା ସାରି
ଜୀବନର ଲୀଳା ଶେଷ…!!
ଜୀବନ ଗଣିତ ଆହେ ଜଗନ୍ନାଥ
ଲଗାଇଅଛ ସଂସାରେ….
ମାନବ ଜନମ ଦୁର୍ଲଭ ଜନମ
ଅଜ୍ଞାନୀ ଭ୍ରମେ ତୀମିରେ…!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି (
ମୋନ:୯୪୩୭୭୭୯୪୪୭

Comments (0)
Add Comment