ବେଗୁନିଆପଡା,୨୪/୦୬(ପିପିଟି): ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା ଠାରେ “ଜୀବନକୁ ହଁ ନିଶାକୁ ନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ଆଜିର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର ,ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁବାଳା ନନ୍ଦ, ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର , ରେଡ କ୍ରସ ସଂଯୋଜକ ରତ୍ନାକର ପ୍ରଧାନ ଆଦି ଯୋଗଦେଇ “ଜୀବନକୁ ହଁ କୁହ ନିଶାକୁ ନୁହଁ ” ସମ୍ପର୍କେ ଅନେକ ମତାମତ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପ୍ରଥମ ଦିନ କାର୍ଯ୍ୟକ୍ରମରେ ଓଡ଼ିଆ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ସପନ କୁମାର ଦାଶ ସଂଯୋଜନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)