ବାଲିଗୁଡା,୨୭/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ସବ -ଇନ୍ସପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନରେ ସିଲିଂ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ତେବେ, ସେ ଗଲା କିଛି ଦିନ ହେଲା ମାନସିକ ଚାପରେ ଥିବା ଅନୁମାନ କରାଯାଉଥିଲା । ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡିଛି l ଖବର ପାଇ ପୋଲିସ ଏସ୍ଡ଼ିପିଓ ଓ ଅନ୍ୟମାନେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି । ସାଗରିକା ଅବିବାହିତ ଥିଲେ ହେଲେ ଜଣେ ସଚ୍ଚୋଟ ଓ ନିର୍ଭିକ ପୋଲିସ ଅଫିସର ଭାବେ ବେଶ ଜଣାଶୁଣା ଥିଲେ । ସାଗରିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୋଲିସ ଅଫିସରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )