ଯାଜପୁର,୧୦/୦୬ (ପିପିପି): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ବେଚ୍ଛାସେବୀ ଫୋରମର ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଭା ଗୃହରେ କମ୍ରେଡ ଆଲୋକ ମହାନ୍ତିଙ୍କ ସଭାପତିତ୍ବ କରିଥିଲେ । ଏହି ଏକ ଦିବସୀୟ ଆଲୋଚନା ଚକ୍ରର ଶୀର୍ଷକ ସାମାଜିକ ନ୍ୟାୟ ଓ ସାମ୍ବିଧାନୀକ ଅଧିକାର ସମ୍ପର୍କରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ସାମାଜିକ କର୍ମୀ ତଥା ଜିଲ୍ଲା ସ୍ବେଚ୍ଛାସେବୀ ଫୋରମର ଆବାହକ ଦେବବ୍ରତ ରାଉତ ସଂଯୋଜନା କରିଥିଲେ । ଉଦଘାଟକ ଭାବେ ସ୍ବାଧୀନତା ପରିବାରର ଦାୟାଦ ତଥା ବିଶିଷ୍ଠ ଗାନ୍ଧିବାଦୀ ରାମ ଚନ୍ଦ୍ର ଶୁକ୍ଳ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, ସମ୍ମାନୀୟ ଅତିଥି ଭାବେ କ୍ରୀଡ଼ାବିତ ଅମୀୟ କୁମାର ପରିଡା, ଶ୍ରମିକ ନେତା ପ୍ରତାପ ଜେନା, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ଶେଖ ସଫିକ, ସମ୍ମାନୀୟ ବକ୍ତା ଭାବେ ଯୁବ ସଂଗଠକ ଜନ୍ମେଜୟ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିବା ସହିତ ପ୍ରଶିକ୍ଷଣ ଦେଇଥିଲେ । ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ ନିର୍ମଳ ଚନ୍ଦ୍ର ଜେନା, ସ୍ୱାଗତ ଭାଷଣ ଦେଇଥିଲେ ପ୍ରଶାନ୍ତ କୁମାର ପୃଷ୍ଟି, ସୂଚନା ପ୍ରଦାନ କରିଥିଲେ ସୀମନ୍ତ ପାତ୍ର ଓ ଧନ୍ୟବାଦ ଦେଇଥିଲେ ସବ୍ୟସାଚି ସାହୁ । ଏହି ଅବସରରେ ଜିଲ୍ଲା ରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନିୟ କାମ ପାଇଁ ଯୁବ ସମାଜସେବୀ ଜନ୍ମେଜୟ ସାହୁ, ସମାଜସେବୀ ମୋହନ ମହାରଣା,ଶଙ୍କର ପ୍ରତାପ ଦାସ, ରବୀନ୍ଦ୍ର ଧୀର, କୈଳାଶ ମଲ୍ଲିକ,ସାହିତ୍ୟିକ ଭୁବନ ମୋହନ ମହାନ୍ତି, ଶିବ ନାରାୟଣ ଦେବତା, ସୀମନ୍ତ ପାତ୍ର, ନିଷ୍କାନ୍ତ ଖଟୁଆ, ଶ୍ରୀଧର ତ୍ରିପାଠୀ, ଶେଷ ପରିଚୟ ବୃଦ୍ଧା ଆଶ୍ରମ ର ପ୍ରତିଷ୍ଠାତ ସୁଧାଂଶୁ ବିଶ୍ୱାଳ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ରେ ଚାଷୀ ସଂଗଠକ କିଶୋର ଜେନା, ଶିକ୍ଷାବିତ ନବଘନ ସ୍ୱାଇଁ, ଶଶିକାନ୍ତ ମଲ୍ଲିକ, ରାଜେଶ କୁମାର ରାଉତ, ବିଶ୍ୱାସ ପରିବାର ର ସୁନୀଲ କୁମାର ଓଝା, ତାରିଣୀ ପଟ୍ଟନାୟକ, କାଳନ୍ଧୀ କଣ୍ଠ ପ୍ରମୁଖ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ଆଲୋଚନାକୁ ସଫଳ କରିଥିଲେ ।