ମାଲକାନଗିରି,୧୭/୦୮(ପିପିଟି): ମାଲକାନଗିରି ସଦର ମହକୁମା ସ୍ଥିତ ଦଣ୍ଡକାରଣ୍ଯ ପଡିଆ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ରୂପେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସେ କହିଥିଲେ ଯେ ୧୯୪୨ ସମିହାରେ ଲକ୍ଷ୍ମଣ ନାୟକଙ୍କ ନେତତ୍ବରେ ଭାରତ ଛାଡ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଲକ୍ଷ୍ମ ନାୟକଙ୍କୁ ଫାଶୀ ଦେଲା ପରେ ମାଲକାନପଗିରି ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଆନ୍ଦେୀଳନ ଆହୁରି ତୀବ୍ରତର ହୋଇଥିଲା । ସେ ସମସ୍ତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ବଣ୍ଡା ଜନଜାତିଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ । ଏହା ସହ ଶିକ୍ଷା,ସ୍ବାସ୍ଥ୍ଯ ,ଗମନା ଗମନ, ପାନୀୟ ଜଳ ଆଦି ଉନ୍ବୟନ କାର୍ଯ୍ଯ କିପରି ରାଜ୍ଯ ସରକାର କରୁଛନ୍ତି ଅଭିଭାଷଣରେ ମତବ୍ଯକ୍ତ କରିଥିଲେ । ମାଓବାଦୀ କାର୍ଯ୍ଯରୁ ବିରତ ନେଇ ସମାଜର ମୁଖ୍ଯ ସ୍ରୋତରେ ସାମିଲ ହୋଇଥିବା ୧୧ ଜଣ ମହିଳାଙ୍କୁ ଜିଲ୍ଲା ମଙ୍ଗଳ ବିଭାଗରେ ରୋଷେୟା ଭାବେ ନିଯୁକ୍ତି ପତ୍ର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କର କମଳ ଦ୍ବାରା ପ୍ରଦାନ କରାଯାଇଥିଲେ । ସେହି ୧୧ ଜଣ ମହିଳା ନିକଟ ଅତୀତରେ ନକ୍ସଲରୁ ବାହାରି ଏସପିଙ୍କ ପାଖରେ ଆସି ସମାଜର ମୁଖ୍ୟ ସ୍ରୋତରେ ମିସିଥିଲେ ।ବିଭିନ୍ନ କାର୍ଯ୍ଯରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ଜିଲ୍ଲାର ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର ବ୍ଯକ୍ତି ବିଶେଷ ଏବଂ ପ୍ରତିଭାବାନ ଛାତ୍ର, ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରବର୍ତ୍ତୀ ସମୟରେ ସଦର ମହକୁମା ସ୍ଥିତ ଶିଶୁ ଗୃହକୁ ଯାଇ ପିଲାମାନଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ ଜିଲ୍ଲାର ପୂରାତନ ଏକ୍ସ ବୋର୍ଡ ବିଦ୍ୟାଳୟରେ ପହଞ୍ଚି ଓଡ଼ିଶାର ବରପୁତ୍ର ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ସେଠାରେ ଶ୍ରବଣ ବାଧିତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିଥିଲେ। ଏହା ବ୍ୟତୀତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କିଛି ଉପଦେଶ ଦେଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା । ଏହି ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍ଥାନୀୟ ନେତା ଏବଂ ଗଣ ମାଧ୍ଯମର ପ୍ରତିନିଧିମାନେ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନନଗିରି)