ମାଲକାନଗିରି,୧୬/୦୬(ପିପିଟି) :ମାଲକାନଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇଁ ଚତୁର୍ଥ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଏହି ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି ବିଭିନ୍ନ ବୟସ ବର୍ଗରେ ଖେଳ ପ୍ରଦର୍ଶନ କରିଥିଲେ। ଶେଷ ଫାଇନାଲ ଖେଳାରେ ୧୪ ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ ଏତେ ରୋମାଞ୍ଚକର ହୋଇଥିଲା ଯେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଖେଳ ୩ ଦିନ ବ୍ୟାପି ଚାଲିଥିଲା । ଶେଷ ଦିନ ଫାଇନାଲ ଖେଳରେ ପ୍ରତିଯୋଗୀମନେ ନିଜର ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ। ୧୧ ବୟସ ବର୍ଗର ବିଜେତା ଅସିତ ପାଣିଗ୍ରାହୀ,୧୩ ବର୍ଷ ବୟସ ବର୍ଗର ବିଜେତା ଆୟୁଷ କୁମାର ସାହା,୧୫ ବର୍ଷ ବୟସ ବର୍ଗର ବିଜେତା ସ୍ୱୟମ ସତ୍ୟ ବେହେରା, ୧୭ ବର୍ଷ ବୟସ ବର୍ଗର ବିଜେତା ଦିନେଶ,୧୯ ବର୍ଷ ବୟସ ବର୍ଗର ବିଜେତା ଆୟୁଷ ମଣ୍ଡଲ, ଓପେନ ଖେଳର ବିଜେତା ଜଣେକିଆ ମେଚ ରେ ବି ରବି କିରନ ,ଦୁଇ ଜଣିଆ ମେଚରେ ବିଜେତା ବି. ରବି କିରନ ଓ ଦିନେଶ,୩୫ ବର୍ଷ ବୟସ ବର୍ଗର ବିଜେତା ମନରଞ୍ଜନ ପାଣିଗ୍ରାହୀ ଓ ଲକ୍ଷ୍ମୀକାନ୍ତ ପୂଜାରୀ, ୪୦ ବର୍ଷ ବୟସ ବର୍ଗର ବିଜେତା ଅପୂର୍ବ ଓ ଅଶୋକ ,୪୫ ବର୍ଷ ବୟସ ବର୍ଗର ବିଜେତା ଅଶୋକ ପଟ୍ଟନାୟକ ଓ ପ୍ରଦୀପ ଗୌଡ଼ ,ଦ୍ବିତୀୟ ସ୍ଥାନରେ ରହିଥିଲେ ପ୍ରୀତପାଲ ସିଂ ଓ ଅଶୋକ ସାହୁ। ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ୱର ପଟେଲ ଉପସ୍ଥିତ ରହି ଖେଳାଳି ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରଥମ ଥର ପାଇଁ ଜିଲ୍ଲାରେ ଏପରି ଖେଳ ପ୍ରଦର୍ଶନ ଆୟୋଜିତ ହୋଇ ଥିଲା ବେଳେ ଖେଳାଳି ଓ ଦର୍ଶକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)