ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

ସୁବର୍ଣ୍ଣପୁର ,୦୫/୦୮(ପିପିଟି) : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲି ତାଲିମ ସଭା ଗୃହ ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲି ଅଧ୍ୟକ୍ଷ ଡାକ୍ତର. ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ସଭା ରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ ), ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀଯୁକ୍ତ ବୃନ୍ଦାବନ ସାହୁ,ବ୍ଲକ କାର୍ଯ୍ୟ ପରିଚାଳକ ପ୍ରିୟ ରଞ୍ଜନ ସାହୁ, ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସlରଣ ଅଧିକାରୀ ଶାନ୍ତନୁ କୁମାର ମେହେର, ଷ୍ଟାଫ ନର୍ସ ସୁନିତା କୁଜୁର ପ୍ରମୁଖ ଯୋଗ ଦେଇ ଆଜିର ଦିବସ ରେ ଆମେ ସମସ୍ତେ ସ୍ତନ୍ୟପାନ ବିଷୟରେ ଜନସଚେତନା ସୃଷ୍ଟି କରି ଏହା ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ଉପରେ ଗୁରୁତ୍ୱା ରୋପ କରିଥିଲେ l ଏବଂ ମାଆ କ୍ଷୀର ଠାରୁ ଶକ୍ତିଶାଳୀ ଅମୋଘ ରୋଗ ପ୍ରତିରୋଧକ ଶକ୍ତି ଆଉ ନାହିଁ ବୋଲି ମତ ରଖିଥିଲେ l ଉକ୍ତ ସଭାରେ ସମସ୍ତ ଆଶାକର୍ମୀ ଏବଂ ପ୍ରସୂତି ମାଆ ସବୁ ଉପସ୍ଥିତ ଥିଲେ l ଏଠାରେ ଏକ ମୌଖିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଉତୀର୍ଣ୍ଣ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଶେଷରେ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସlରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment