ଜିଲ୍ଲା ସ୍ତରୀୟ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ ଅନୁଷ୍ଠିତ ।

କୋଦଳା,୨୯/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଧବଳେଶ୍ଵର ବିଦ୍ୟାପୀଠ ପରିସରରେ ଭାରତୀୟ ଗାଇଡ଼ ଓ ସ୍କାଉଟ ତରଫରୁ ଜିଲ୍ଲା ମୁଖ୍ୟ କମିଶନର ଅମିତା ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ସମ୍ପାଦକ ଭାଗୀରଥି ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଜିଲ୍ଲାସ୍ତରୀୟ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଲ୍ଲିକୋଟ ବ୍ଳକ୍ ର କଞ୍ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ବେଗୁନିଆପଡା ବ୍ଲକ ର ୧୪ ଗୋଟି ବିଦ୍ୟାଳୟର ୧୯୩ ଜଣ ଛାତ୍ରଛାତ୍ରୀ ସମେତ ୨୭ ଜଣ ସ୍କାଉଟ୍ ଶିକ୍ଷକ ଏବଂ ଗାଇଡ୍ କ୍ୟାପଟେନ୍ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ତାଳସର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସୁମଣ୍ଡଳ ରବିଘୋଷ ଉଚ୍ଚ ବିଦ୍ୟାଳୟର ଛାତଛାତ୍ରୀ ମାନଙ୍କୁ ଦୀକ୍ଷା ଗ୍ରହଣ କରାଯାଇଥିଲା । ଏହି ଶିବିରରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ରାଜ୍ୟସ୍ତରୀୟ ଶିବିରରେ ଯୋଗଦେଇ ପାରିବେ ବୋଲି ସୂଚନା ମିଳିଛି । ଏହି ଶିବିରରେ ସାଧନ କର୍ମୀ ଭାବେ ଜିଲ୍ଲା ଟ୍ରେନିଂ କମିଶନର ବିକ୍ରମ ମହାରଣା,ଜିଲ୍ଲା ସ୍କାଉଟ ମାଷ୍ଟର ରାଜେଶ ପାତ୍ର,ନିରଞ୍ଜନ ମହାରଣା,ଶ୍ରୀନିବାସ ପାତ୍ର ଯୋଗଦେଇଥିଲେ ।ଏଥିରେ ଧବଳେଶ୍ଵର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ର ସମେତ ସମସ୍ତ ଶିକ୍ଷକ ଏବଂ କର୍ମଚାରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଶେଷରେ ଇକୋ କ୍ଲବ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment