ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ଓ ପ୍ରଦର୍ଶନୀ ଅନୁଷ୍ଠିତ ।

ମାଲକାନଗିରି,୧୦/୧୧(ପିପିଟି): ଏମଭି-୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ଯାଳୟ ପ୍ରାଙ୍ଗଣରେ ମାଲକାନଗିରି ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ଆନୁକୂଲ୍ଯରେ ୭୦ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ଓ ଗୋ-ବତ୍ସା ପ୍ରଦର୍ଶନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଜିତ୍ଯ ମାଢି, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଅଶୋକ କୁମାର ତ୍ରିପାଠୀ ପୌରହିତ୍ଯ କରିଥିଲେ । ସର୍ବ ପ୍ରଥମେ ଗୋ-ପ୍ରଦର୍ଶନୀ ଉତ୍ସବକୁ ମୁଖ୍ଯ ଅତିଥି ରମେଶ ଚନ୍ଦ୍ର ମାଝୀ ଶୁଭ ଉଦଘାଟନ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ଗୋ-ପୂଜନ କଲା ପରେ ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା !ଗୋ ସଂପଦର ସୁରକ୍ଷା ଏବଂ ଉନ୍ନତି ଉପରେ ଅତିଥିମାନେ ମତ ବିନ୍ଯାସ କରିଥିଲେ । ଏହି ଅବକାଶରେ ଗୋ-ବତ୍ସା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଶ୍ରେଷ୍ଠ ଗୋପାଳକମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ଯତୀତ ଗୋ-ସଂପଦକୁ ନେଉ ଏକ ରଚନା ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ କୃତ୍ତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ଯ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିଭିନ୍ନ ଗ୍ରାମରୁ ଗୋପାଳକ ,ଚାଷୀ ଏବଂ ବୁଦ୍ଧିଜୀବୀମାନେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment