ମାଲକାନଗିରି,୨୨/୦୫(ପିପିଟି): ଜିଲ୍ଲା ପ୍ରଶାସନ, ମାଲକାନଗିରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ମାଲକାନଗିରି ମିଳିତ ଅନୁକୂଲ୍ୟରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ, ମାଲକାନଗିରି ମହାବିଦ୍ୟାଳୟ ପରିଷଦରେ ଅନୁଷ୍ଠିତ ହୋଇଛି ।
ଏହି ନିଯୁକ୍ତି ମେଳାକୁ ଜିଲ୍ଲା ନିଯୁକ୍ତି ଅଧିକାରୀ ମନଶ୍ଵୀ ସେଠି ସଭାପତିତ୍ୱ କରିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧିକ୍ଷକ ଅଶୋକ କୁମାର ସରଙ୍ଗୀ ଯୋଗଦାନ କରି ମେଳାକୁ ଉଦ୍ଘାଟନ କରିଥିଲେ । ଏହି ସଚେତନ ସଭାରେ ମୁଖ୍ୟ ବକ୍ତା ରୂପେ ଆଇକ୍ଯୁଏସି ମାଲକାନଗିରି ମହାବିଦ୍ୟାଳୟର ସଂଯୋଜକ ଡଃ. ରଞ୍ଜନ କୁମାର ସ୍ୱାଇଁ ମାଲକାନଗିରି ଛାତ୍ର ଛାତ୍ରୀ କିପରି ବେସରକାରୀ ସଂସ୍ଥାର ନିଯୁକ୍ତି ପାଇଁ ପାରିବେ ସେହି ବିଷୟରେ ଆଲୋକପାତ କରିଥିଲେ । ଏହି ନିଯୁକ୍ତି ମେଳାରେ ତହସିଲ, ଅରବିନ୍ଦ ଫାଇନାନ୍ସ, ଭାରତ ଫାଇନାନସିଆଲ ଇଂକଲୁସନ ଲଟଡ଼, ସାହାନା କ୍ଳଥିନଂ, କଇସସ କର୍ପୋରେସନ, ଡି-ମାର୍କ ଇତ୍ଯାଦି ଅନୁଷ୍ଠାନ ଯୋଗଦାନ କରିଥିଲେ । ଏହି କର୍ମ ନିଯୁକ୍ତି ମେଳାରେ ମାଲକାନଗିରି ଜିଲ୍ଲାରୁ ଦୁଇଶହ ରୁ ଅଧିକ ଶିକ୍ଷିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଯୁକ୍ତି ପାଇଁ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟରେ ଗୁପ୍ତ ମାଢି କନିଷ୍ଠ ନିଯୁକ୍ତ ଅଧିକାରୀ, ସୁଧାଶ୍ରୀ ସାହୁ ମହାତ୍ମା ଗାନ୍ଧୀ ନାସନାଲ ଫେଲଓ, ପ୍ରଳୟ ମେହେର ଜିଲ୍ଲା ଦକ୍ଷତା ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ । ମାଲକାନଗିରି ମହାବିଦ୍ୟାଳୟ ର ପ୍ରେମରେଖା ଭତ୍ରା, ଗୌତମ ନାୟକ, ଦୀପ୍ତି ରେଖା ମିଶ୍ର, ମେଘା ଅଗ୍ରୱାଲ, ଆରତୀ ଲୁଗୁନ ସମେତ ଅଣଶିକ୍ଷକ ଅଧିକାରୀ ସାହାଯ୍ୟ କରିଥିଲେ । ସଭା ଶେଷରେ ନମିତା ଦଣ୍ଡସେନା ଜାତୀୟ ସେବା ସଂସ୍ଥା ଜିଲ୍ଲା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ସାଫଲ ହୋଇଥିବାରୁ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)