ଜିଲ୍ଲା ସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଗଣ ଦୌଡ଼ ।

ବ୍ରହ୍ମପୁର,୦୨/୦୯(ପିପିଟି):ଆଜି ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏମ୍ .କେ. ସି .ଜି ପରିସର ରୁ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ନାୟକ ଉଦଘାଟନ କରିଥିବା ବେଳେ ଗଂଜାମ ଜିଲ୍ଲା ଏଚ ଆଇ ଭି/ଟିବି ନୋଡାଲ ଅଧିକାରୀ ଡ଼ ଅବନୀ ପାତ୍ର ସମ୍ମାନିତ ଅତିଥି, ଗଂଜାମ ଜିଲ୍ଲା YRC ସଂଯୋଜକ ଡ଼ ଜଗଦୀଶ ପାତ୍ର (DPM)ରାଜେନ୍ଦ୍ର ମହାରଣା, ଡ଼ ସନ୍ତୋଷ କୁମାର ରାଜୁ (CSO) ମଞ୍ଚାସିନ ରହି ଯୁବ ପିଢ଼ି କିଭଳି ଭାବେ ଏଚ ଆଇ ଭି ସମ୍ପର୍କରେ ସଚେତନତା ହୋଇପାରିବେ ସେ ଦିଗରେ ସବୁ ସ୍ତର ରେ ସଚେତନତା କରି ଗଞ୍ଜାମ ଜିଲ୍ଲାକୁ ଏଡ୍ସ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ମାରାଥନ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଯୋଗ ଦେଇ ମାରାଥନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ପ୍ରତିଯୋଗିତାରେ ଛାତ୍ର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜଗନ୍ନାଥ ମୁଦୁଲି, ଦ୍ୱିତୀୟ ସ୍ଥାନରେ ସୌମ୍ୟ ରଞ୍ଜନ ନାୟକ, ତୃତୀୟ ସ୍ଥାନରେ କେ. ଚନ୍ଦନ ଆଚାରି ଏବଂ ଛାତ୍ରୀ ବର୍ଗରେ ରିତିକା ନାୟକ ପ୍ରଥମ ସ୍ଥାନ,ସଞ୍ଚିତା ଦାସ ଦିତୀୟ ସ୍ଥାନ ଏବଂ ଶୁଭଲକ୍ଷ୍ମୀ ଦଳାଇ ତୃତୀୟ ସ୍ଥାନ ଅଧିକାର କରି ଆର୍ଥିକ ପୁରସ୍କାର ଓ ମାନ ପତ୍ର ପାଇବା ସହିତ ରାଜ୍ୟସ୍ତରୀୟ ଏଡ୍ସ ସଚେତନତା ମାରାଥନ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ର ଅଧ୍ୟାପକ ,ICTC କାଉନ୍ସେଲର, LT ,SSK ଏବଂ ଅରୁଣା ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିବା ବେଳେ କାମନା ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପୋଲିସ ଏବଂ ଟ୍ରାଫିକ ପୋଲିସ ଏବଂ ଆମ୍ବୁଲାନ୍ସ କାର୍ଯ୍ୟକ୍ରମର ଶୃଂଖଳା ରକ୍ଷା କରିବା ସହିତ ଭିଡ଼ ନିୟନ୍ତ୍ରଣ କରିଥିଲେ ।

Comments (0)
Add Comment