ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ଯାଜପୁର,୧୮/୦୪(ପିପିଟି) : ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରା ଯୋଗୁ ପ୍ରତ୍ୟେକ୍ଷ ଭାବେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ନିଷ୍ପି ମୁତାବକ ତା ୧୮ା୪ା୨୦୨୨ ରିଖ ଠାରୁ ଏହା ଚାଲୁ ରହିବ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଚ୍ଥି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣିରେ ମୋଟ ୯୫ ଗୋଟି ଅଭିଯୋଗ ମଧ୍ୟରୁ ୫୮ ଗୋଟି ସାମୁହିକ,୧୬ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୨୧ ଗୋଟି ଆବେଦନ ପତ୍ର ମିଳିଥିଲା । ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଞ୍ଜିକୃତ ହୋଇଥିଲା । ତତକ୍ଷଣାତ୍ ୪୮ ଗୋଟି ଆବେଦନର ସମାଧାନ କରାଯାଇଥିଲା ।

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ, ଯାଜପୁର ବି.ଡି.ଓ. ସୌରଭ ଚକ୍ରବର୍ତ୍ତୀ, ଯାଜପୁର ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଡେପୁଟୀ କଲେକ୍ଟର ଅସ୍ମିତା ଦାଶ, ଜିଲ୍ଲା ଶିଶୂୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋମା ପୃଷ୍ଟି ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment