ଭଞ୍ଜନଗର, ୦୯/୦୨(ପିପପିଟି):ଗଞ୍ଜାମ ଜିଲ୍ଲା ଷ୍ଟେଟ ସିଲେକସନ ବୋର୍ଡ ପି.ଜି.ଟି ସଂଘ (OSPA)ତରଫରୁ ଆଜି ଏକ ବନ୍ଧୁମିଳନ ଓ ସାଂଗଠନିକ ଆଲୋଚନା ସଭା ଆସ୍କା ନିକଟସ୍ଥ ମା’ କରଞ୍ଜେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଗଞ୍ଜାମ ଜିଲ୍ଲା ସଭାପତି ପବିତ୍ର ନାରାୟଣ ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଆଲୋଚକ ରୂପେ ରାଜ୍ୟ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ ପଣ୍ଡା ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ସଂପାଦକ ରାଜେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ତ୍ରିନାଥ ବେହେରା। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ନିୟୋଜିତ ୩୭ଜଣ ପି.ଜି.ଟି(ସ୍ନାତକୋତ୍ତର ଶିକ୍ଷକ) ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ନାତକୋତ୍ତର ଶିକ୍ଷକ ଯୁଧିଷ୍ଟିର ବେହେରାଙ୍କ ସହଯୋଗରେ ଏକ ନୈଶ ଭୋଜିର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସମସ୍ତ ସ୍ନାତକୋତ୍ତର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ମନିଷା ରାଣୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)