ଜିଲ୍ଲା ଶ୍ରମ ଅଧିକାରୀଙ୍କ ଆଲୋଚନା ପରେ ମଇ ୩ ରେ ହେବାକୁ ଥିବା ଧାରଣା ସ୍ଥଗିତ।

ବୌଦ୍ଧ,୩୦/୦୪(ପିପିଟି); ଏଆଇଟିୟୁସି ପକ୍ଷରୁ ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କ ବହୁବିଦ୍ଧି ସମସ୍ୟା ଯଥା ବିବାହ ପ୍ରସୂତି କାଳୀନ ସହାୟତା ବିଗତ ବର୍ଷର ଶିକ୍ଷାସହାୟତା ବିଗତବର୍ଷ କୋଭିଡ ୨୦୧୯ ସମୟରେ ଶ୍ରମିକମାନଙ୍କର ବକେୟା ୧୫୦୦ ଟଙ୍କା ମିଳିବା ପ୍ରଭୃତି ଦାବୀ ନେଇ ମଇ ୦୩ତାରିଖରୁ ଜିଲ୍ଲାଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଏଚଏମଏସ,ଆଏନଟିୟୁସି,ବିଏସଏସ ପକ୍ଷରୁ ସମର୍ଥନ ପ୍ରଦାନ କରି ଆନ୍ଦୋଳନରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଆଜି ଜିଲ୍ଲାଶ୍ରମଧିକାରୀ ସମସ୍ତ ଶ୍ରମିକସଂଘର ପ୍ରତିନିଧି ମାନଙ୍କୁ ଡାକି ସମସ୍ତ ବକେୟା ସହାୟତା ମଇମାସ ଶେଷ ସୁଦ୍ଧା ପ୍ରଦାନ ପାଇଁ ଦୃଢ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ମଇ ମାସ ଶେଷଯାଏଁ ସ୍ଥଗିତ ରଖାଯାଇଥିବା ଆଜିର ବୈଠକରେ ଯୋଗଦେଇଥିବା ଏଆଇଟିୟୁସି ନେତା ଅବକାଶ ସାହୁ ଏଚଏମଏସ ନେତା ଅର୍ଜୁନ ରଣା ଆଇଏନଟିୟୁସି ନେତା ପ୍ରଭାତ ମଟାଲି ବିଏମଏସ ନେତା ଲୋକନାଥ ଶତପଥି ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଯଣାଇଛନ୍ତି ।

Comments (0)
Add Comment