ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷକଙ୍କ ସମୀକ୍ଷା ବୈଠକ ।

ମାଲକାନଗିରି,ତା:୩୦/୦୭(ପିପିଟି); ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ଯକ୍ଷତାରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ଉପରେ ସମୀକ୍ଷା ହୋଇଥିଲା । ଅନ୍ଯମାନଙ୍କ ମଧ୍ଯରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ,ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ,ବନଖଣ୍ଡ ଅଧିକାରୀ ପ୍ରତାପ କଟାପଲ୍ଲୀ,ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ମୁଖ୍ଯତଃ ଶିକ୍ଷା, ଆଦିବାସୀ ଉନ୍ନୟନ,ପାନୀୟ ଜଳ ଯୋଗାଣ,ଉଠା ଓକ୍ଷୁଦ୍ର ଜଳ ଯୋଗାଣ, ରାସ୍ତା ଓ ଗମନାଗମନ,ସେତୁ ଯୋଜନା କରାଯାଇଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସହିତ ସମସ୍ଯା ସଂପର୍କରେର ଆଲୋଚନା କରାଯାଇଥିଲା । ଶ୍ରୀ ବେହେରା ସମସ୍ତ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ଯ ନିର୍ଦ୍ଧାରିତ ସମୟ ସୀମା ମଧ୍ଯରେ ସମାପ୍ତ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଘୋଷିତ ନୂତନ ଶିକ୍ଷା ନୀତିକୁ ଅର୍ଥାତ “ବିଦ୍ଯାଳୟ ରୂପାନ୍ତର”କୁ ବିଶେଷ ଭାବେ ଧ୍ଯାନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଡିପିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲା ଗ୍ରାମ୍ଯ ଜଳ ଯୋଗାଣ ଦ୍ବାରା ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପଗୁଡିକ ଯଥା ସମୟରେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । ଅଚଳ ହୋଇଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଏବଂ ଅସଂପୂର୍ଣ୍ଣ ରହିଥିବା କ୍ଷୁଦ୍ର ଓ ଉଠା ଜଳ ସେଚନ ପ୍ରକଳ୍ପଗୁଡିକୁ ଯଥା ସମ୍ଭବ ସମାପ୍ତ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହା ବ୍ଯତୀତ ଉପାନ୍ତ ଅଞ୍ଚଳ ଏବଂ ଆନ୍ତଃରାଜ୍ଯ ସୀମାରେ ଥିବା ଗ୍ରାମଗୁଡିକରେ ଶିକ୍ଷା, ରାସ୍ତା ଏବଂ ଗମନାଗମନ ସୁବିଧା ଉପରେ ଗୁରୁତ୍ବ ଦିଆ ଯାଇଥିଲା । ଏହି ବୈଠକରେ ଅନ୍ଯାନ୍ଯ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ଯ ଉପରେ ତଥ୍ଯ ଉପସ୍ଥାପନ କରିଥିଲେ ।ଶେଷରେ ଶ୍ରୀ ଭୂୟାଁ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment