ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଳାନ୍ତକ ନିରାକରଣ କେନ୍ଦ୍ର ଉଦଘାଟିତ ।

ସୁବର୍ଣ୍ଣପୁର ,୦୮/୦୪(ପିପିଟି):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜଳାତଙ୍କ ରୋଗର ଆଶୁ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସେ ସମସ୍ତ ଜନ ସାଧାରଣ ସୁବିଧା ରେ ଜଳାତଙ୍କ ରୋଗ ର ପ୍ରତିଷେଧକ ଟୀକା ମାଗଣା ରେ ପାଇପାରିବେ ଓ ସମସ୍ତ ପ୍ରକାର ର ଚିକିତ୍ସା ଓ ପରାମର୍ଶ ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ରମେଶ ଚନ୍ଦ୍ର ସ୍ୱାଇଁ ,ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାନ୍ତି ,ଡାଟା ମ୍ୟାନେଜର ସୁବ୍ରତ ପାଣିଗ୍ରାହୀ, ଡି ଇ ଓ ନାରାୟଣ ରଥ ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ନରସିଙ୍ଗ ଅଫିସର ଏଲି ଭଞ୍ଜ ଓ ପୁଷ୍ପା କୁମାରୀ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment