ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଲକ୍ଷ୍ମୀପୁର ବନ୍ଦ ।

ଲକ୍ଷ୍ମୀପୁର,୦୪/୧୦:ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ସମେତ ନବରଙ୍ଗପୁର, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଶେଷକରି ସି. ଓ ବି. ଗ୍ରୁପରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ ସ୍ଥାନୀୟ ଜିଲ୍ଲାର ପିଲା ମାନଙ୍କୁ ନିଯୁକ୍ତି କରା ନଯାଇ ବାହାର ଜିଲ୍ଲା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା କାରଣରୁ ସ୍ଥାନୀୟ ଶିକ୍ଷିତ ପିଲାମାନେ ଉପେକ୍ଷିତ ହେଉଛନ୍ତି।

ଏଣୁ ସରକାର ସେହି ନିୟମ ପ୍ରତ୍ଯାହର କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ନିୟମ ପ୍ରଣୟନ କରି ଜିଲ୍ଲା ବାବଦର ପ୍ରାର୍ଥୀ ମାନଙ୍କୁ ସି ଓ ବି ଗ୍ରୁପରେ ନିଯୁକ୍ତି ନକରିବା ଦାବିରେ କୋରାପୁଟ ଜିଲ୍ଲାରଜ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ଟାରୁ ଲକ୍ଷ୍ମୀପୁର ଆମ୍ବେଦକର ଛକ ନିକଟରେ ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଯେଉଁଥିପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ବସ ଟ୍ରକ ସହିତ ଯାନବାହାନ ଅଟକି ରହିଛି। ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ କର୍ମକର୍ତ୍ତା ମାନଙ୍କ ସହିତ ସଦସ୍ଯ ମାନଙ୍କ ସହିତ ସ୍ଥାନୀୟ ଯୁବକ ମାନେ ଏଥିରେ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ନିୟୋଜିତ ହୋଇଛନ୍ତି।

Comments (0)
Add Comment