ଜିଲ୍ଲା ବିଜେପି ତରଫରୁ ପ୍ରଶିକ୍ଷଣ ଶିବିର ।

ମାଲକାନଗିରି,୦୧/୦୫(ପିପିଟି) :ମାଲକାନଗିରି ଜିଲ୍ଲା ବିଜେପି ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ପରିଡା , ପୂର୍ବତନ ସଭାପତି ନିମାଇଁ ଚନ୍ଦ୍ର ପାଲ, ବିଜେପି ରାଜ୍ଯ କାର୍ଯ୍ୟକାରେଣୀ ସଦସ୍ଯ ଶ୍ୟାମଲ ସୁନାନୀ, ସଂଯୋଜକ କେଶବ ଚନ୍ଦ୍ର ନାୟକ ଓ କୁନାଲ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ସଂଯୋଜକ କୁନାଲ ମିଶ୍ର ଉପସ୍ଥିତ ବିଜେପି କର୍ମକର୍ତ୍ତାମାନଙ୍କୁ ୱାକଫ ବିଲ୍ ଉପରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଏହା କାର୍ଯ୍ୟ କାରୀ ହେଲେ ଗରିବ ମୁସଲମାନ ଲୋକମାନେ କିପରି ଲାଭାନ୍ବିତ ହୋଇ ପାରିବେ ସମସ୍ତଙ୍କୁ ବୁଝାଇ ଥିଲେ। ଅନ୍ୟତମ
ବିଜେପି ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ନାୟକ “ଏକ ଦେଶ ଏକ ନିର୍ବାଚନ”( One Nation,One Election)
ସଂପର୍କରେ ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେ କହିଲେ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଯୁଗାନ୍ତକାରୀ ବିଲ୍। ଭାରତୀୟ ସମ୍ବିଧାନ ଅନୁଛେଦ ୩୬୮ ଅନୁସାରେ ୧୨୯ତମ ସମ୍ବିଧାନ ସଂଶୋଧନ କରାଯାଇ ଉଭୟ ସଦନରେ ପାରିତ କରାଯାଇଛି। ଏହା ୨୦୨୯ ନିର୍ବାଚନ ରେ କାର୍ଯ୍ୟକାରୀ ହେବ। ଏହା କାର୍ଯ୍ୟକାରୀ ହେଲେ ୫ ବର୍ଷ ମଧ୍ୟରେ ବାରମ୍ବାର ନିର୍ବାଚନକୁ ଏଡାଇ ହେବ ଏବଂ ଏକା ସମୟରେ ସମଗ୍ର ଭାରତବର୍ଷରେ ଥରେ ମାତ୍ର ମତଦାନ ଦେବାକୁ ପଡିବ। ଫଳରେ ନିର୍ବାଚନୀ ଖର୍ଚ୍ଚକୁ ବହୁ ମାତ୍ରରେ ହ୍ରାସ କରାଯାଇ ପାରିବ। ଏହା ଛଡା ପ୍ରତ୍ୟେକ ନିର୍ବାଚନ ପାଇଁ ଯେଉଁ ଆଚରଣ ବିଧି ଲାଗୁ କରାଯାଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ସ୍ଥଗିତ କରାଯାଉଥିଲା,ତାହା ବାଧକ ହେବ ନାହିଁ। ତେବେ ଭାରତ ବର୍ଷରେ ୧୯୫୨,୧୯୫୭,୧୯୬୨ ଏବଂ ୧୯୬୭ ରେ ୪ ଥର ଏକ ଦେଶ ଏକ ନିର୍ବାଚନ ହୋଇ ଥିଲା। ୧୯୭୨ ନିର୍ବାଚନ ପରେ ଏହି ପ୍ରକ୍ରିୟାକୁ ତତ୍କାଳୀନ କେନ୍ଦ୍ର ସରକାରୀ ଭଙ୍ଗ କରିଥିଲେ। ଫଳରେ ଦେଶରେ ନିର୍ବାଚନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଏହାକୁ ଜନ ସାଧାରଣଙ୍କୁ ବୁଝାଇବାକୁ ପଡ଼ିବ ବୋଲି ସେ ବିଶଦ ଭାବରେ ଆଲୋଚନା କରିଥିଲେ। ବିଜେପି ଜିଲ୍ଲା ସଭାପତି ମଞ୍ଚ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment