ଜିଲ୍ଲା ପ୍ରଶାସନ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ମାଲକାନଗିରି,୦୮/୦୩(ପିପିଟି): ମାଲକାନଗିରି ଜିଲ୍ଲା ପ୍ରଶସନ ଦ୍ବାରା ଡିଆରଡିଏ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଦୁ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମହିଳାମାନେ କିପରି ସେମାନଙ୍କ ସାମାଜିକ ଅଧିକାର ପାଇବା ସହ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅଧିକ ଅର୍ଥ ଉପାର୍ଜନ କରି ସ୍ୱାଭାବଲମ୍ବୀ ହୋଇ ପାରିବେ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲ । ଜୀବିକା ମିଶନ ମାଧ୍ୟମରେ ବିଭିନ୍ନ ତାଲିମ ପାଇଥିବା ମହିଳାମାନେ କିପରି ଆଜି ମାଲକାନଗିରି ଜିଲ୍ଲାରେ ନିଜର ଅନୁଷ୍ଠାନ ପ୍ରତିଷ୍ଠା କରି ଆଗକୁ ବଢିଛନ୍ତି ଏବଂ ଜିଲ୍ଲାର ଅନେକ ମହିଳା ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ସେ ସମ୍ବନ୍ଧରେ ଆଲୋକପାତ କରା ଯାଇଥିଲା । ମାଲକାନଗିରି ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ମହିଳାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିଲ। ଏଥିରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବୁଦ୍ଧିଜୀବି, ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ସହ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment