ମାଲକାନଗିରି,୩୦/୧୧(ପିପିଟି): ମାଲକାନଗିରି ଜିଲ୍ଲା ପାଠାଗାରଟି ଡିଏନକେ ସ୍ଥିତ ସର୍କିଟ ହାଉସ ଠାରେ ଦୀର୍ଘ ଦିନ ହେବ କାର୍ଯ୍ଯକ୍ଷମ ହୋଇ ଆସୁଥିଲା ବେଳେ ପ୍ରାୟ ବର୍ଷେ ହେବ ପାଠାଗାରଟିକୁ ଜିଲା କ୍ରୀଡା କାର୍ଯ୍ଯାଳୟ ସମ୍ମୁଖରେ ଥିବା ମଡର୍ଣ୍ଣ ଡିଗ୍ରୀ କଲେଜ କୋଠାକୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରି ଟାଉନ୍ ଠାରୁ ପ୍ରାୟ ଏକ କିମିରୁ ଅଧିକ ଦୂର ହେତୁ କୌଣସି ପାଠାକ ଯିବା ପାଇ ଇଛା ପ୍ରକାଶ କରନ୍ତି ନାହିଁ । ଫଳରେ ବର୍ତ୍ତମାନରେ ଜିଲ୍ଲା ପାଠାଗାରଟିରେ ତାଲ ଝୁଲି ରହିଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଡିଏନକେ ସ୍ଥିତ ସର୍କିଟ୍ ହାଉସ ଠାରେ ଦୀର୍ଘ ଦିନ ହେଲା ଜିଲ୍ଲା ପାଠାଗରଟି କାର୍ଯ୍ଯକ୍ଷମ ହୋଇ ଆସୁଥିଲା Iସେଠାରେ ମାଲକାନଗିରି ଟାଉନର ପାଠକମାନେ ଖବର କାଗଜ,ପତ୍ରିକା ଏବଂ ଅନ୍ଯାନ୍ଯ ପୁସ୍ତକ ପଢିବାର ସୁଯୋଗ ପାଉଥିଲେ । ଛାତ୍ର ଛାତ୍ରୀ,ଶିକ୍ଷକ, ଅଧ୍ଯାପକଅବସର ପ୍ରାପ୍ତ କର୍ମଚାରୀ, ସରକାରୀ କର୍ମଚାରୀ, ଜନ ସାଧାରଣ, ସାମ୍ବାଦିକ ଏବଂ ବରିଷ୍ଠ ନାଗର୍କମାନେ ସକାଳେ ଏବଂ ସଂଧ୍ଯାରେ ଉକ୍ତ ପାଠାଗାରକୁ ଯାଇ ପଢି ଜ୍ଞାନାର୍ଜନ କରୁଥିଲେ । କିନ୍ତୁ ତତ୍କାଳିନ ଜିଲ୍ଲାପାଳ ୱାଇ ବିଜୟଙ୍କ ସମୟରେ ଡିଏନକେ ଠାରେ ଥିବା ପାଠାଗାରଟି ଜିଲ୍ଲା କ୍ରୀଡା କାର୍ଯ୍ଯାଳୟ ସମ୍ମୁଖରେ ଥିବା ମଡର୍ଣ୍ଣ ଡିଗ୍ରୀ କଲେଜକୁ ସ୍ଥାନାନ୍ତର ହୋଇ ଯାଇଛି । ତେବେ ମଡର୍ଣ୍ଣ ଡିଗ୍ରୀ କଲେଜର ନିଜସ୍ବ କୋଠା ଏମଭି-୩ ଗ୍ରାମରେ ସ୍ଥାପନ ହେବା ଫଳରେ କଲେଜଟି ଏମଭି-୩ ଗ୍ରାମକୁ ସ୍ଥାନାନ୍ତର ହୋଇଗଲା । ଉକ୍ତ କୋଠାଟି ଖାଲି ପଡିବା ଯୋଗୁଁ ଜିଲ୍ଲା ପାଠାରଟିକୁ ସେଠାକୁ ସ୍ଥାନାନ୍ତର କରାଗଲା । କିନ୍ତୁ ଜନ ବସତି ଠାରୁ ବର୍ତ୍ତମାନର ଜିଲ୍ଲା ପାଠାଗାରଟି ଦୂର ହେତୁ ଜଣେ କେହି ପାଠକ ଯିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଫଳରେ ଉକ୍ତ ପାଠାଗାରରେ ତାଲା ଝୁଲୁଥିବା ବେଳେ ବର୍ତ୍ତମାନ ହଜାର ହଜାର ବହି ଖତ ଖାଉଛି । ଜିଲ୍ଲା ପାଠାଗରଟି ଥିଲେ ମଧ୍ଯ କୌଣସି ପାଠକମାନଙ୍କ କାମରେ ଆସୁ ନାହିଁ । ଏହା ଭୂତ କୋଠିରେ ପରିଣତ ହେବାକୁ ଯାଉଛି । ପାଠକମାନେ ମଧ୍ଯ ଖବର କାଗଜ ପଢିବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦୈନିକ ଖବର କାଗଜ କ୍ରୟ କରି ଅଯଥା ଅର୍ଥକୁ ଅପବ୍ଯୟ କରିବାର ଯଥାର୍ଥ ରହିଛି କଣ ? ଯଦି ଜନ ସାଧାରଣଙ୍କ ଉଦ୍ଦେଶ୍ଯରେ ପାଠାଗାରଟି ଉତ୍ସର୍ଗ,ତେବେ ଜନବସତି ଠାରେ ପାଠାଗାରଟି ରହିବା ଆବଶ୍ଯକ ବୋଲି ପାଠକ ମହଲରେ ଅଭିଯୋଗ ହୋଇଛି । ଅନ୍ଯ ପକ୍ଷରେ ଡିଏନକେ ଠାରେ ସରକାରୀ କୋଠ ଖାଲ. ପଡିଥିଲା ବେଳେ ଏତେ ଦୂରକୁ ଜିଲ୍ଲା ପାଠାଗାରଟିକୁ ସ୍ଥାନାନ୍ତର କରି ଶହ ଶହ ଛାତ୍ର ଛାତ୍ରୀ,ଶିକ୍ଷକ,ଅଧ୍ଯାପକ ଏବଂ ବିରିଷ୍ଠ ନାଗରିକମାନଙ୍କୁ ଜ୍ଞାନାର୍ଜନରୁ ବଞ୍ଚିତ କରିବା ଜିଲ୍ଲା ପ୍ରଶାସନର କେତେ ଦୂର ଯଥାର୍ଥ ବୋଲି ଚର୍ଚ୍ଚା ଜୋର ଧରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)