ଜିଲ୍ଲା ପରିଷଦ ପ୍ରାର୍ଥି ପତ୍ର ଦାଖଲ କଲା ବିଜେଡି ।

ମାଲକାନଗିରି ୨୧/୦୧(ପିପିଟି): ଆଜି ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବିଜେଡିର ୧୫ ଜଣ ପ୍ରାର୍ଥି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡିଛି ।ସେମାନେ ହେଲେ କଲିମେଲା-୧ ଜୋନରୁ ଅପର୍ଣ୍ଣା ମଣ୍ଡଳ, କାଲିମେଳା-୨ଜୋନରୁ ମମତା ପଡିଆମୀ,କାଲିମେଳା-୩ ଜୋନରୁ ପତିତପାଲନ ବୈଦ୍ଯ, ପଡିଆ ଜୋନରୁ ସୁରଭି ଭୌମିକ, ମାଲକାନଗିରି-୧ ଜୋନରୁ କୁନି ଭୂମିଆ, ମାଲକାନଗିରି-୨ ଜୋନରୁ ମୁକା ମାଡକାମୀ,ମାଲକାନଗିରି-୩ ଜୋନରୁ ହିମାଂଶୁ ସାମଲ, କୋରୁକୋଣ୍ଡା-୧ ଜୋନରୁ ବିଜୟଲକ୍ଷ୍ମୀ ପଡିଆମୀ, କୋରୁକୋଣ୍ଡ-୨ ଜୋନରୁ ରିନା ମାଢି,ମାଥିଲି-୧ ଜୋନରୁ ଲକ୍ଷ୍ମୀପ୍ରିୟା ନାୟକ, ମାଥିଲି-୨ ଜୋନରୁ ହିରଣ୍ଯ ମୁଦୁଲି,ମାଥିଲି-୩ ଜୋନରୁ ସସ୍ମିତା ମାଝି,ଖଇରପୁଟ ଜୋନରୁ ବଳୀ ମାଝି,ଚିତ୍ରକୋଣ୍ଡା-୧ ଜୋନରୁ ଭେଙ୍କେଟେଶ୍ବର ପାପୁଲୁ, ଚିତ୍ରକୋଣ୍ଡା-୨ଜୋନରୁ ସମାରୀ ଟାଙ୍ଗୁଲୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପର୍ଯ୍ଯବେକ୍ଷକ ଚନ୍ଦ୍ର ସାରଥି ବେହେରା,ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ବିଜେଡି କାର୍ଯ୍ଯକାରୀ ସଭାପତି ଦୁର୍ଗା ତ୍ରିପାଠି,ବରିଷ୍ଠ ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ,ରାଜେନ୍ଦ୍ର ପଣ୍ଡା,ବିଜେଡି ସଂପାଦକ ଗୋପାଳ କୃଷ୍ଣ ପଣ୍ଡା,ପ୍ରଭାକର ପ୍ରଧାନ ଏବଂ ବହୁ ବରିଷ୍ଠ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment