ମାଲକାନଗିରି ,୨୦/୦୧(ପିପିଟି): ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ଆଜି ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କଂଗ୍ରସର ୧୫ ଜଣ ପ୍ରାର୍ଥି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡିଛି ।ସେମାନେ ହେଲେ କଲିମେଲା-୧ ଜୋନରୁ ସୁମିତ୍ରା ମଣ୍ଡଳ, କାଲିମେଳା-୨ ଜୋନରୁ କସି ମାଡକାମୀ, କାଲିମେଳା-୩ ଜୋନରୁ କମଲେଶ ସରଦାର,ପଡିଆ ଜୋନରୁ ସ୍ବପନା ସରଦାର, ମାଲକାନଗିରି-୧ ଜୋନରୁ ସବିତା କୁରାମୀ, ମାଲକାନଗିରି-୨ ଜୋନରୁ ଲଛୁ ଆଜମିରା, ମାଲକାନଗିରି-୩ ଜୋନରୁ ଦଶରଥ ଡୁରୁକା ଏବଂ କୃଷ୍ଣ ଚନ୍ଦ୍ର ଅନୁଗୁ, କୋରୁକୋଣ୍ଡା-୧ ଜୋନରୁ ଶ୍ରୀପଦ ଗମାଙ୍ଗ, କୋରୁକୋଣ୍ଡ-୨ ଜୋନରୁ ମଙ୍ଗୁ ଖିଲ,ମାଥିଲି-୧ ଜୋନରୁ ଫୁଲମତି ଜିରାମ, ମାଥିଲି-୨ ଜୋନରୁ ମାନସ ମାଢି ଏବଂ ମନମୋହନ ମାଢି,ମାଥିଲି-୩ ଜୋନରୁ ଗୌରୀ ବଟେ,ଖଇରପୁଟ ଜୋନରୁ ଲକ୍ଷ୍ମଣ ବଡନାୟକ, ଚିତ୍ରକୋଣ୍ଡା-୧ ଜୋନରୁ ବିଶ୍ବନାଥ ମାଢି, ଚିତ୍ରକୋଣ୍ଡା-୨ ଜୋନରୁ ରୁକମଣି ଖିଲ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ମାଲକାମଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏବଂ କଂଗ୍ରେସର ବରିଷ୍ଠ କର୍ମୀମାନେ ଉପସ୍ଥିତ ରହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)