ହିଞ୍ଜିଳିକାଟୁ ୨୬/୧୦ (ପିପିଟି) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ସ୍ଥାନରେ ୫-ଟି ବିଦ୍ୟାଳୟ ଓ କଲେଜ ଶୁଭାରମ୍ଭ ହୋଇଥିବା ବେଳେ ବର୍ତମାନ ବିଭିନ୍ନ ସ୍ଥାନରେ ରୂପାନ୍ତରୀକରଣ କାର୍ଯ୍ୟ ଜାରି ରହିଛି l ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ୱାରା ଛାତ୍ରଛାତ୍ରୀ ମାନେ ଆଗ୍ରହର ସହ ବିଦ୍ୟାଳୟ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି l ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ବର୍ତମାନ ସୁଦ୍ଧା ୫-ଟି ରୂପାନ୍ତରୀକରଣ ବିଦ୍ୟାଳୟ ବେଶ ଉଚ୍ଚ କୋଟିର ଶିକ୍ଷା ପ୍ରଦାନ କରୁଥିବା ବେଳେ ଅନେକ ସ୍ଥାନରେ ବର୍ତମାନ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଜାରି ରହିଛି l ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭି କୀର୍ତି ଭାସନ ଦିନେକିଆ ହିଞ୍ଜିଳି ବ୍ଲକ ଗ୍ରସ୍ତରେ ଆସି ଏହି ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ୫-ଟି ରୂପାନ୍ତରୀକରଣ କାର୍ଯ୍ୟର ତର୍ଜମା କରିବା ସହ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ଏହି ଗସ୍ତ ସମୟରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ଏବଂ ଅନ୍ୟାନ୍ୟ ବ୍ଲକ ସ୍ତରୀୟ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ l
ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ