ଜିଲ୍ଲା ଟାସ୍କ ଫୋର୍ସ କମିଟି ଚଢାଉ, ଦୁଇ ଶିଶୁ ଶ୍ରମିକ ଉଦ୍ଧାର ।

ମାଲକାନଗିରି, ୦୨/୧୨(ପିପିଟି):ଜିଲ୍ଲା ଟାସ୍କ ଫୋର୍ସ କମିଟି ଦୁଇ ଦିନ ଧରି ମାଲକାନଗିରି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବିଭିନ୍ନ କାର୍ଯ୍ୟ ସ୍ଥଳରେ ଅଚାନକ ଚଢ଼ାଉ କରି ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି, ଆରକ୍ଷୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ରହିଛନ୍ତି । ଏହି କମିଟି ବିଭିନ୍ନ ପ୍ରକାରର ସଂସ୍ଥା ଯଥା ହୋଟେଲ, ଇଟାଭାଟି, ଫେବ୍ରିକେସନ ସଂସ୍ଥା,ନିର୍ମାଣ କାର୍ଯ୍ୟ, ଏବଂ ଗ୍ୟାରେଜ ଗୁଡ଼ିକୁ ଅଚାନକ ଚଢାଉ କରିଥିଲେ । ଏହି ଚଡାଉ ସମୟରେ ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିଙ୍କ ପାଖରେ ଉପସ୍ଥାପିତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ଅନୁରୂପ ଭାବେ ଅଚାନକ ଚଢ଼ାଉ କରଯାଇଛି । ଏହି ଚଢ଼ାଉ ରେ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ପରିବର୍ତ୍ତନ ଏନଜିଓର ପରେଶ ଚନ୍ଦ୍ର ବେହେରା ଏବଂ ପୋଲିସ ବିଭାଗର କର୍ମଚାରୀ ଗଙ୍ଗା ବଡରାଜୁ ଶବର ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ। କୌଣସି ନିର୍ମାଣାଧିନ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କିମ୍ବା ପ୍ରୋତ୍ସାହନ ନକରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment