ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ।

ବ୍ରହ୍ମପୁର,୨୨/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରାହିତ୍ୟରେ ବ୍ରହ୍ମପୁର ସହର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବୁଧବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ” ପୋସ ଆକ୍ଟ, ସାମ୍ବିଧାନିକ ଅଧିକାର ଏବଂ ନାଗରିକଙ୍କ କର୍ତ୍ତବ୍ୟ ” ବିଷୟ ନେଇ ଏହି ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ଏନ.ସି ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ରଖିଥିବା ବେଳେ ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଆଜି ଦିବସର ମହତ୍ତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ନରେଶ ମହାନ୍ତି, ପରିବାର ଅଦାଲତ ବିଚାରପତି ଜାନକୀ ବିଶ୍ୱାଳ, ପୋକସୋ କୋର୍ଟ ବିଚାରପତି ପ୍ରଣତି ପଟ୍ଟନାୟକ,ପିଓ ଓପିଆଇଡି ସଂଗୀତା ପାଣି, ଜେଏମଏସସି ଟ୍ରାନ୍ସପୋର୍ଟ ସବ୍ୟସାଚୀ ପଣ୍ଡା,ସିଭିଲ କୋର୍ଟ ବିଚାରପତି ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ, ଜେଏମଏସସି ଏଲଆର ଏବଂ ଏଲଟିଭି ଅନନ୍ୟା ଦାସ,ଜେଏମଏସସି ବ୍ରହ୍ମପୁର ସସ୍ମିତା ସାମଲ ଉପସ୍ଥିତ ରହିବା ସହ ମହାବିଦ୍ୟାଳୟର ପ୍ରତ୍ୟେକ ଅଧ୍ୟାପକ/ଅଧ୍ୟାପିକା ଏବଂ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Comments (0)
Add Comment