ମାଲକାନଗିରି ,୨୩/୦୧(ପିପିଟି):ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲାକାନଗିରି ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତ ରଂଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଦାଶରଥି ସରାବୁ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ମଞ୍ଜୁଲତା ଭୋଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ସୁମିତ ବିଶ୍ୱାସ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଥିଲି, ମମତା ସୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଲକାନଗିରି, ଗାୟତ୍ରୀ ଦେବୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରକଣ୍ଡା , ପ୍ରମୁଖ ମଞ୍ଚାସୀନ ଥିଲେ । ଦ୍ୱିତୀୟ ଦିବସର ପ୍ରଥମାର୍ଦ୍ଧରେ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷାର୍ଥୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତା ଚେତନା ମୂଲ୍ୟବୋଧ ସମ୍ବନ୍ଧରେ ପ୍ରତିଫଳିତ ହୋଇଥିଲା । ଜିଲ୍ଲାର ୧୫ ଗୋଟି ପିଏମ ଶ୍ରୀ ବିଦ୍ୟାଳୟର
୭୫୦ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀକ୍ଷାର୍ଥୀ ଙ୍କ ମଧ୍ୟରେ ରହିଥିବା ସୃଜନଶୀଳତାକୁ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ କ୍ଲବ ମାଧ୍ୟମରେ ପ୍ରକଳ୍ପ ରୁପେ ଉପସ୍ଥାପନ କରିଥିଲେ । ଶିକ୍ଷାର୍ଥୀ ମାନେ ବ୍ୟବସାୟିକ ଜ୍ଞାନ କୌଶଳ ବୃଦ୍ଧି ଏବଂ ଶିଳ୍ପ କୌଶଳକୁ ବିଜନେଶ ସମିଟ ଷ୍ଟଲରେ ପ୍ରକଳ୍ପ ରୂପେ ସ୍ଥାନ ଦେଇ ଥିଲେ । ୧୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନ ରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)