ଜିଲ୍ଲାସ୍ତରୀୟ ଆଶା,ଗାଁ କଲ୍ୟାଣ ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ।

ମାଲକାନଗିରି,୨୩/୦୩(ପିପିଟି): ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାଏକ ଯୋଗଦେଇଥିଲେ। ଶ୍ରୀ ସାହୁ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ମାଆମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ,ତୃଣମୂଳ ସ୍ତରରେ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଯାହାକି ପ୍ରଶଂସନୀୟ । ଏହି କର୍ମୀମାନଙ୍କ ନିଷ୍ଠାପର ସେବା ଯୋଗୁଁ ତୃଣମୂଳ ସ୍ତରରେ ସ୍ଵାସ୍ଥ୍ୟ ସେବା ଆଜି ସୁଦୃଢ ହୋଇପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ମତ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ ପରିସ୍ଥିତିରେ ତୃଣମୂଳ ସ୍ତରରେ ଏହି ସ୍ଵାସ୍ଥ୍ୟ କର୍ମୀମାନେ ଯେଉଁଭଳି ଭାବେ ଅନବରତ ସେବା ପ୍ରଦାନ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରି ଏହି ସମ୍ମିଳନୀ ବିଷୟରେ ଆଲୋକପାତ କରିଥିଲେ। ମଶା ବାହିତ ରୋଗ ପରାମର୍ଶଦାତା ଅଜିତ କୁମାର ଦଳେଇ ସଭା ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ, ଡାକ୍ତର ସନ୍ଧ୍ୟାରାଣୀ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ମଶା ବାହିତ ରୋଗ ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁରାଧା ମହାନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରକ୍ରିୟାକରଣ ପରିଚାଳକ ଓମ୍ ପ୍ରକାଶ ସା ଏବଂ ଅତିରିକ୍ତ ଜିଲ୍ଲା ମାତୃ ଓ ଶିଶୁ ପରିଚାଳକ ସଚିନ କୁମାର ଗୌଡ ସହାୟତା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment