ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ।

ବ୍ରହ୍ମପୁର,୧୦/୧୦(ପିପିଟି): ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରେକ୍ଷାଗୃହ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜ ଓ ପରିବାରର ଦିଗ ଦର୍ଶନ,ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉଛନ୍ତି ଘରର ମେରୁଦଣ୍ଡ ,ଘର ଓ ପରିବାରକୁ ସୁରକ୍ଷା ଦିଅନ୍ତି,ଭଲ ସମାଜ ଓ ରାଷ୍ଟ୍ର ଗଠନ କରିବାରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସାମାଜିକ ବିଶୃଙ୍ଖଳା ଦୂର କରିବାକୁ ହେଲେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଦେବା ନିହାତି ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟ ତମ ଅତିଥି ବୃନ୍ଦ ମଞ୍ଚ ରେ ଉପସ୍ଥିତ ଥିଲେ ପଦ୍ମଶ୍ରୀ ଡ଼ା କୃଷ୍ଣ ମୋହନ ପାଠୀ,ବିଭିନ୍ନ ବରିଷ୍ଠ ନାଗରିକ କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ପାତ୍ର,ଭାସ୍କର ପାଢ଼ୀ,କେ ଏ ଏସ ପାତ୍ର,ସୂର୍ଯ୍ୟକାନ୍ତ ପାତ୍ର, ସୀମାଞ୍ଚଳ ବିଷୋୟୀ,ପ୍ରଶାନ୍ତ କୁମାର ଶତପଥୀ, ରାଧା ଚରଣ ନାୟକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା । ମଞ୍ଚାସୀନ ସମସ୍ତ ଅତିଥି ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଓ ସ୍ନେହ କରନ୍ତୁ,ଗୃହ ବିଭାଗ ପକ୍ଷରୁ ପରିଚୟ ପତ୍ର ସମସ୍ତ ବରିଷ୍ଠ ନାଗରିକ ଙ୍କୁ ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ,ଯୁବପୀଢ଼ିଙ୍କୁ ସୁସ୍ଥ ସମାଜ ଗଠନ ଦିଗରେ ମାନବିକତା,ସଂସ୍କାର ଓ ସଂସ୍କୃତି ନିହାତି ଜରୁରୀ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଆଜି ସକାଳେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବରିଷ୍ଠ ନାଗରିକମାନେ ଆୟୋଜିତ ହୋଇଥିବା ଯୋଗ ଓ ପ୍ରାଣାୟାମ ରେ ଅଂଶ ଗ୍ରହଣ କରିଥିଲେ ଏବଂ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବିଶିଷ୍ଟ ବରିଷ୍ଠ ବ୍ୟକ୍ତିତ୍ଵଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଛତ୍ରପୁର ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ସହିଯୋଗ କରିଥିଲେ।

Comments (0)
Add Comment