ମାଲକାନଗିରି,୨୦/୦୩(ପିପିଟି):ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାଫେକୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟତା ଦେଇ ଆସୁଛନ୍ତି। ଏହି ମିଶନ ଶକ୍ତି କାଫେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ଯାଇ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅନୁପ୍ରାଣିତ କରିବ ବୋଲି ଶ୍ରୀମତି ତାଙ୍ଗୁଲ ଏଠାରେ ଯୋଗ ଦେଇ ମତ ପ୍ରକାଶ କରିଥିଲେ। ସେହିପରି ସଂପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ଵାରା ପରିଚାଳିତ ଏହି ଅଭିନବ କାଫେ ସ୍ୱାବଲମ୍ବନ ହେବାରେ ଅନେକ ମହିଳାଙ୍କୁ ମାର୍ଗ ଦର୍ଶନ କରିବ ବୋଲି ଶ୍ରୀ ସାହୁ ଏହାର ଉଦଘାଟନ ଅବସରରେ କହିଛନ୍ତି। ବ୍ଲକ୍ ଲେଭେଲ ଫେଡରେସନ୍ ( ବିଏଲଏଫ୍) ପ୍ରିୟଦର୍ଶିନୀକୁ ଏହି କାଫେର ପରିଚାଳନା ଦାୟିତ୍ଵ ଦିଆଯାଇଛି। ଏହି କାଫେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ( ଅର୍ଥ) ମାନସ କୁମାର ମିଶ୍ର, ପ୍ରକଳ୍ପ ପରିଚାଳକ ( ଦକ୍ଷତା ବିକାଶ), ହିମାଂଶୁ ମହାରଣା, ପ୍ରକଳ୍ପ ପରିଚାଳକ, ବାଲାଜୀ ପଟ୍ଟନାୟକ,ଶାଶ୍ଵତୀ ରାଉତ, ଶୁଭଶ୍ରୀ ସାହୁ,ଡିପିଏମ,ଓଏଲଏମ୍, ପବିତ୍ର ମୋହନ ବାରା,ଡିପିସି, ମିଶନ ଶକ୍ତି,ନିରଞ୍ଜନ ଟି, ଏଡିଏମଓ,ଧନେଶ୍ଵର ମହାପାତ୍ର, ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଏବଂ ପ୍ରିୟଦର୍ଶିନୀର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନୀୟକ, ମାଲକାନଗିରି)