ଜିଲ୍ଲାପାଳଙ୍କ ୧୦ମ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ପରିଦର୍ଶନ ।

ମାଲକାନଗିରି,୨୪/୦୧(ପିପିଟି):ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ୧୦ମ ବୋର୍ଡ- ୨୦୨୬ ପରୀକ୍ଷାରେ ଭଲ ଫଳାଫଳ ଆଣିବା ନିମନ୍ତେ ଚାଲିଥିବା ଆବାସିକ କାର୍ଯ୍ୟକ୍ରମ ପରିଦର୍ଶନ ନିମନ୍ତେ ମାଲକାନଗିରି ବ୍ଲକ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି -୭ ଓ କାଲିମେଳା ବ୍ଲକ ସ୍ଥିତ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ ।
ଜାନୁଆରୀ ମାସ ୧୯ ରୁ ୨୪ ମଧ୍ୟରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ୪ଟି କେନ୍ଦ୍ରରେ ଜିଲ୍ଲାରୁ ୨୦୦ ଚୟନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖି ସେମାନଙ୍କୁ ମାଗଣା ଖାଦ୍ୟ, ପଠନ ସାମଗ୍ରୀ, ଯୋଗ ଅଭ୍ୟାସ, ବିଷୟ ବିଶେଷଜ୍ଞ ଦ୍ଵାରା ସ୍ଵତନ୍ତ୍ର ଦୈନିକ ଅଭ୍ୟାସ ପରୀକ୍ଷା ତଦାରଖ କରି ସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲାପାଳ ସୁମେଶ କୁମାର ଉପାଧ୍ୟାୟ ପୁନଶ୍ଚ ଏହି ପିଲାଙ୍କ ପାଇଁ ଦ୍ଵିତୀୟ ସପ୍ତାହ ଅଭ୍ୟାସର ଆୟୋଜନ କରିବାକୁ ଆଦେଶ ଦେଇଥିଲେ । ପିଲାଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
ଏହି ଗସ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସମେତ କେନ୍ଦ୍ର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଏ ଈଶ୍ୱର ରାଓ , ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସ୍ଵାଗତ ଜଣେଇବା ସହ ଆୟୋଜନ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ବେହେରା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ବିଭିନ୍ନ କେନ୍ଦ୍ର ଯଥା ମାଲକାନଗିରି, ବାଲିମେଳା ଆଦି ଗସ୍ତ ଜିଲ୍ଲାପାଳଙ୍କ ଜ୍ଞାତକୁ ଆଣିବା ସହ ଏହିପରି ଖଇରପୁଟ ଓ ବାଲିମେଳାରେ ଅନ୍ୟ ୪ଟି ବ୍ଲକର ଚୟନ ପିଲାମାନଙ୍କୁ ସ୍ଵତନ୍ତ୍ର ପ୍ରସ୍ତୁତି ନେବା ସମ୍ପର୍କରେ ଅବଗତ କରାଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment