ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।

ବୋଲଗଡ଼,୨୪/୦୩(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକଙ୍କ ଆୟୋଜନ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦେଉଳି ପରିସରରେ ଏକ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ବୋଲଗଡ଼ – ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା , ଜିଲ୍ଲା ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୂ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହେରା, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ବ୍ଲକ୍ ଅଧ୍ୟକ୍ଷା ହୁଲାଶ ପ୍ରଧାନ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ତହସିଲଦାର ବିଜୟ କୁମାର ସେଠୀ, ଏ ବି ଡି ଓ ରତିକାନ୍ତ ମିଶ୍ର, ଆଖ ପାଖ ଅଞ୍ଚଳର ସମସ୍ତ ସରପଂଚ , ସମିତି, ଖୋର୍ଦ୍ଧା ଡି ଏଫ୍ ଓ, ରେଞ୍ଜର, ବୋଲଗଡ ବ୍ଲକ୍ ଇଂଜିନିୟର ମାନେ, ବ୍ଲକ୍ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ , ଅନ୍ୟାନ୍ୟ ବ୍ଳକ୍ ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଜଳଛତ୍ର ସମସ୍ତଙ୍କ ପାଇଁ ଖୋଲା ଯାଇଥିବା ବେଳେ , ବିଭିନ୍ନ ପଞ୍ଚାୟତର ଏସ ଏଚ୍ ଜି ଗ୍ରୁପ ସଦଶ୍ୟା ମାନେ ନିଜ ନିଜର ବିଭିନ୍ନ ପ୍ରଡକ୍ଟ ମାନ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶନ କରିବା ସହ ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳାର ସହ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ, ବିଦ୍ୟୁତ କରଣ, ବିକଳାଙ୍ଗ ଜନିତ, ସୁଭଦ୍ରା ଆଦି ବିଭାଗରେ ସମୁଦାୟ ୧୮୦ ଟି ଅଭିଯୋଗ ଆସିଥିବା ବେଳେ , ବ୍ୟକ୍ତିଗତ ଭାବେ ୧୨୯ ଟି , ଓ ଗ୍ରାମ୍ୟ ସ୍ଥରୀୟ ୪୮ ଟି ସମସ୍ୟା ଅମିମଂଶିତ ରହି ମାତ୍ର ତିନୋଟି ସମସ୍ୟାର ନଗଦ ସମାଧାନ ହୋଇଥିବା ଜଣା ପଡିଛି । ଏହାସହ ଜଣେ ପୁରୁଷ ହିତାଧିକାରୀ ନୟାପଲ୍ଲୀ ର ଘନଶ୍ୟାମ ନାୟକ ଓ ମହିଳା ହିତାଧିକାରୀ ଗୋଡ଼ି ପାଟଣା ର ବିନୋଦିନୀ ବେହେରା ଙ୍କ ଠାରେ କୂତ୍ରିମ ଗୋଡ଼ ଲାଗିବା ଦେଖିବାକୁ ମିଳିଥିଲା l ଉଭୟ ବେଗୁନିଆ ଥାନା ଓ ବୋଲଗଡ଼ ଥାନା ଅଧିକାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମିତ୍ତ ଉପସ୍ଥିତ ଥିବା ବେଳେ କଲେଜ କର୍ତୃପକ୍ଷ ପୂର୍ଣ୍ଣ ସହଯୋଗ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment