ଜିଲ୍ଲାପାଳଙ୍କ ବେଲଗୁଣ୍ଠା ଗସ୍ତ, ସ୍ଵଚ୍ଛତା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଦାରଖ ।

ବେଲଗୁଣ୍ଠା,ତା-୦୯/୧୦(ପିପିଟି); ଆଜି ସକାଳ ଦଶ ଘଣ୍ଟା ତିରିଶ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘଣ୍ଟାକିଆ ବେଲଗୁଣ୍ଠା ଗ୍ରସ୍ତ କରି ସ୍ଵଚ୍ଛତା ପରଖିବା ସହ କୋଭିଡ ନିୟମ ମାନିବା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ପ୍ରଥମେ ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟାଳୟ ଆଗରେ ଗାଡ଼ିରୁ ଓହ୍ଲାଇ ଏନ୍ଏସିର ବିଭିନ୍ନ ବ୍ୟବସାୟୀଙ୍କ ନିକଟକୁ ଯାଇ ଦୋକାନର ପାଞ୍ଚ ମିଟର ପରୀଧୀ ମଧ୍ୟକୁ ନିଜେ ସଫା ରଖିବା, ଦୋକାନ ଆଗରେ ଡଷ୍ଟବିନ୍ ରଖିବା ଓ ସମ ଦୁରତ୍ଵ ରକ୍ଷା କରି ବ୍ୟବସାୟ କରିବାକୁ ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ I ନୁଆଁ କୋକୋଲୁଣ୍ଡା ସ୍ଥିତ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ଯାଇ ସେଠାରେ ଆଉ ଦଶ ଦିନ ମଧ୍ୟରେ ଖତ ବାହାର କରାଯାଇ ଚାଷୀଙ୍କୁ ଦେବାର ଥିବାରୁ ଏହାର ମାନ ଯାଞ୍ଚ କରିଥିଲେ । ଏହା ସହ ହର୍ଟିକଲ୍ଚର ବିଭାଗ ଦ୍ଵାରା ଉଢୁରା ଠାରେ ଥିବା ବାଦାମ୍ ପ୍ଲାଣ୍ଟେସନକୁ ବୁଲି ଦେଖିଥିଲେ । ଏହା ସହ ପଞ୍ଚାୟତରେ ମନେରଗା କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ତହସିଲଦାର ସରୋଜ କୁମାର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ବ୍ଲକ୍ ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରାଙ୍କ ସମେତ ଆରଆଇ , କନିଷ୍ଠ ଯନ୍ତ୍ରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ଶିବରାମ ଚୌଧୁରୀ ।)

Comments (0)
Add Comment