ଜିଲ୍ଲାପାଳଙ୍କ ପୁରୁଣାକଟକ ମେଡିକାଲ ପରିଦର୍ଶନ ।

ବୌଦ୍ଧ,୦୨/୦୮:ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସକାଳେ ହରଭଙ୍ଗା ବ୍ଲକର ପୁରୁଣାକଟକ ଆଞ୍ଚଳିକ ଗୋଷ୍ଠି ସ୍ୱାସ୍ଥ୍ୟକେ୍‌ନ୍ଦ୍ର ପରିଦର୍ଶନ କରିଛନ୍ତି ।ମେଡିକାଲ ପରିସର ବୁଲି ଦେଖିବା ସହିତ ରୋଗୀମାନଙ୍କ ଭଲମନ୍ଦ ପଚାରିବୁଝିଥିଲେ । ଝାଡାବାନ୍ତି ବ୍ୟାପୁଥିବାବେଳେ ଏଥିପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କେଉଁସବୁ ଆଶୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ,ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ପରେ ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜ ନିକଟରେ ନିର୍ମାଣସରିଥିବା ୩୦ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ କୋଠା ନିର୍ମାଣ ନିର୍ମାଣକାର୍ଯ୍ୟ ପରିଦର୍ଶନ କରିଥିଲେ । ଆସନ୍ତା ୧୫ଦିନ ମଧ୍ୟରେ ବାକିଥିବା ପାଚେରୀ ଏବଂ ରାସ୍ତା ନିର୍ମାଣ ଭଳି ଆନୁସାଙ୍ଗିକ କାର୍ଯ୍ୟଗୁଡିକୁ ସାରିବାକୁ ଠିକା ସଂସ୍ଥାକୁ କଡାନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଥାଉକି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ପୁଲିସ ହାଉସିଂବୋର୍ଡ କର୍ପୋରେସନ ଦ୍ୱାରା ୮ କୋଟି ୨୭ ଲକ୍ଷ ୯୩ହଜାରଟଙ୍କା ବ୍ୟୟବରାଦରେ ୩୦ଶଯ୍ୟା ବିଶିଷ୍ଟ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣଧି ସରିଛି । ମାତ୍ର ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ରାସ୍ତା ଏବଂ ପାଚେରୀ ଭଳି ଆନୁସଙ୍ଗିକ କାର୍ଯ୍ୟ ଅସମ୍ପୁର୍ଣ୍ଣ ଯୋଗୁଁ ମେଡିକାଲ କୋଠା ହସ୍ତାନ୍ତର ହୋଇପାରୁନାହିଁ। ଯାହାଫଳରେ ବ୍ଲକର ଜନସାଧାରଣ ନୂତନ ମେଡିକାଲ ସୁବିଧାରୁ ବଂଚିତ ହେଉଛନ୍ତି । ଆଜିର ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ସି.ଡି.ଏମ.ଓ ପ୍ରଦୀପ କୁମାର ଗୁରୁ,ଡି.ପି.ଏମ ଗିରିଜା ପ୍ରକାଶ ମିଶ୍ର,ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ କୁମାର ସ୍ୱାଇଁ,ଡାକ୍ତର ରଜତ କୁମାର ମହାନନ୍ଦିଆ,ସ୍ୱାସ୍ଥ୍ୟ ଗୋଷ୍ଠି ପରିଚାଳକ ଅରୁଣ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment