ଜିଲ୍ଲାପାଳଙ୍କ ଦ୍ୱାରା ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସମୀକ୍ଷା ।

ଭଞ୍ଜନଗର,୧୫/୧୨(ପିପିଟି);ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଗସ୍ତ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଛନ୍ତି । କାର୍ଯ୍ୟାଳୟର ଏଷ୍ଟାବ୍ଲିସମେଣ୍ଟ,,ଜରୁରୀ କାଳୀନ , ସାଧାରଣ ଓ ବିବିଧ , ରାଜସ୍ବ, ନିର୍ବାଚନ, ପଂଚାୟତ, ଯୋଗାଣ ବିଭାଗ, ଏସ. ଏସ. ବିଭାଗ, ସ୍ମଲ ସେଭିଙ୍ଗ, ନ୍ୟାୟାଳୟ , ଏସ.ଟି , ଏସ.ସି ଉପବିଭାଗ, ସମେତ ନିଜାରତ, ରେକର୍ଡ ରୁମ ତଦାରକ୍ଷ କରିଛନ୍ତି । ପ୍ରତ୍ୟେକ ଉପବିଭାଗର ସମସ୍ତ ଫାଇଲ ରେଜିଷ୍ଟର ପୁଙ୍ଖାନୁପୁଙ୍ଖ ଭାବେ ତଦାରଖ କରିଛନ୍ତି । କାର୍ଯ୍ୟକୁ ପ୍ରଶଂସା କରିବା ସହ ବଳକା ଥିବା ଥିବା କାମକୁ ତ୍ୱରାନ୍ୱିତ କରି ଅପଡେଟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗେଇଦେବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ପରେ କାର୍ଯ୍ୟାଳୟର ସମସ୍ତ ଉପବିଭାଗ ବୁଲି ଦେଖିଥିଲେ । କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ଙ୍କ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଏସ.ଏସ.ଏସ.ଓ କୃଷ୍ଣ ଚନ୍ଦ୍ର ବେହେରା, ଏଡିଡ଼ବ୍ଲୁ ,ଏସଡିଆଇପିଆରଓ ଫକୀର ମୋହନ ମାଝୀ ଏବଂ ସମସ୍ତ ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment