ଜିଲ୍ଲାପାଳଙ୍କ ଦ୍ଵାରା ଘରକୁ ଘର ବୁଲି ସ୍ବାବ ଟେଷ୍ଟ ପରୀକ୍ଷା ଗାଡିର ଶୁଭାରମ୍ଭ ।

ହିଞ୍ଜିଳିକାଟୁ,୨୫/୦୫( ପିପିଟି);ଆଜି ଗଞ୍ଜାମ ଜିଲ୍ଲାପାଳ ହିଞ୍ଜିଳିରେ ପହଞ୍ଚି କରୋନା ସମ୍ଭନ୍ଧୀୟ ସ୍ଥିତି ଯାଞ୍ଚ କରିଥିଲେ । ଯେଉଁଭଳି ଭାବେ ଏହି କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଛି ତାହାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଚେଷ୍ଟା ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ହିଞ୍ଜିଳିକାଟୁ ଠାରେ ସ୍ବାବ ସଂଗ୍ରହ ପାଇଁ ସକାଳ ୮.୩୦ରେ ଏକ ଭ୍ରାମ୍ଯମାଣ ଗାଡି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି ।ଆଞ୍ଚଳିକ ଜନସାଧାରଣଙ୍କ ସ୍ବାବ ସଂଗ୍ରହ ପାଇଁ ଦୁରଭାଷ ନଂ-୮୪୮୦ ୫୨୮୯୫୭ ଓ ଟୋଲ ଫ୍ରୀ ନଂ – ୧୮୦୦୧୨୩୦୦୪୫୬୭ ଡାକରା ହେଲେ ଘର କୁ ଘର ଯାଇ କରୋନା ପରୀକ୍ଷା କରାଯାଇ ତଦ୍ ଜନିତ ତଥ୍ୟ ପ୍ରକାଶ କରିବେ । ଯାଦ୍ବାରା ଆକ୍ରାନ୍ତ ଚିହ୍ନଟ ସହ ହିଞ୍ଜିଳି ଅଞ୍ଚଳରୁ କରୋନା ସଂକ୍ରାମଣ ହଟାଇବାରେ ଓ ସ୍ବଭାବିକ ଜୀବନ ଯାପନ ପାଇଁ ପଥ ସୁଗମ ହୋଇପାରିବ । ଏଥନିମନ୍ତେ ହିଞ୍ଜିଳି ଜନସାଧାରଣଙ୍କୁ ମୁକ୍ତ ମନୋଭାବରେ ସ୍ୱାବ ପରୀକ୍ଷାରେ ସହଯୋଗ କରିବା ସହ କରୋନାକୁ ସହଜରେ ହରାଇପାରିବା ବୋଲି ପୌର ନିର୍ବାହୀ ଅଧିକାରୀ ଡକ୍ଟର ମନୋରଞ୍ଜନ ସାହୁ ମତବ୍ୟକ୍ତ କରିବା ସହ ଅନୁରୋଧ କରିଛନ୍ତି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ,ଥାନା ଆଇଆଇସି ଅଭିମନ୍ୟୁ ଦାଶଙ୍କ ସହ ହିଞ୍ଜିଳି ଅଞ୍ଚଳର ବହୁମାନ୍ଯଗଣ ବ୍ଯକ୍ତି ଯୋଗଦେଇଥିଲେ । (ରିପୋର୍ଟ – ସାନ୍ତନୁ କୁମାର ବେହେରା)

Comments (0)
Add Comment