ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ୨୦୦ଜଣଙ୍କୁ ଡାକି କି ନେଇ ଟୀକାକରଣ କରାଇଲେ ।

ଯାଜପୁର,୦୭/୦୮(ପିପିଟି) : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ୮ନମ୍ବର ଯୋନର ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ଆଜି ୨୦୦ଜଣ ଲୋକଙ୍କୁ କୋବିଡ଼ ଟୀକାକରଣ କରାଇଛନ୍ତି ଏହା ସହିତ ନିଜ ଯୋନ ସମସ୍ତ ଅଞ୍ଚଳକୁ ଯାଇ ମାସ୍କ , ସାନିଟାଇଜର ବଣ୍ଟନ କରିବା ସହିତ ଲୋକମାନଙ୍କୁ କୋଭିଡ ବିଷୟରେ ସଚେତନ କରାଉଛନ୍ତି । ପ୍ରଦୀପ କୁହନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ନିର୍ଦେଶରେ ସୁକିନ୍ଦା ଓ ଦାନଗଦି ବ୍ଲକ ବିଭିନ୍ନ ଅଞ୍ଚଳରେ କର୍ମୀମାନେ ମାସ୍କ,ସାନିଟାଇଜର ବଣ୍ଟନ କରୁଛନ୍ତି । ଆମ ବିଧାୟକଙ୍କ ନାରା ସୁକିନ୍ଦାରେ କୋଭିଡ ହାରିବ ଜିତିବା ଆମେ ସେଥିପାଇଁ ବିଧାୟକ ଘନ ଘନ ଭିଡିଓ କନଫରେନ୍ସ ମାଧ୍ୟମରେ ଯୁବ ବର୍ଗ ମାନଙ୍କୁ ଏହି କାର୍ଯ୍ୟ ଲଗାଉଛନ୍ତି ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ। )

Comments (0)
Add Comment