ପଦ୍ମପୁର,(ପିପିଟି ନ୍ଯୁଜ୍)୧୩/୦୪- ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ବରଗଡ ଜିଲ୍ଲାର ବିଭିନ୍ନ ଅଂଚଳ ଗ୍ରସ୍ତ କରି କରୋନା ଭାଇରସ ର ସଚେତନତା ପାଇଁ ଲୋକଙ୍କ ପାଖକୁ ଯାଇ ସଚେତନତାର ବାର୍ତ୍ତା ପ୍ରଚାର ରେ ଲାଗିପଡିଛନ୍ତି ।ହେଲେ ଗାଁ ଗଣ୍ଡାର ଲୋକ ମାସ୍କ କଣ ଏବଂ ତାକୁ କିଭଳି ବ୍ୟବହାର କରାଯିବ ଓ କେଉଠି ମାକ୍ସ ଉପଲବ୍ଧ ହେବ ତାହା ବୁଝିବାରୁ ସେ ଦେଖିଲେ ଗାଁ ଗହଳ ର ଲୋକ ସହରକୁ ଯାଇ ମାସ୍କ ମେଡିକାଲ ଷ୍ଟୋରକୁ କିଣିବାକୁ ଯାଇପାରିବେ ନାହିଁ । କାରଣ ରାଜ୍ୟ ରେ ଲଗଡାଉନ ୩୦ ତାରିଖ ଯାଏ ବଳବତ୍ତର ରହିଛି ।ଏଣୁ ତାଙ୍କ ମନ ଗରିବ ନିଃସହାୟ ଖଟିଖିଆ ଦିନମଜିରୀଆ ଙ୍କ ପାଇଁ ଆନ୍ଦୋଳିତ ହେଲାା ଶେଷରେ ନିଜେ କପଡା କିଣିଆଣି ଘରେ ବସି ଲୋକଙ୍କ ପାଇଁ ସିଲେଇ ମେସିନ୍ ସାହାଯ୍ୟରେ ମାସ୍କ ପ୍ରସୁ୍ୃତ ରେ ଲାଗିପଡିଛନ୍ତି ।ଏଭଳି ନିଷ୍ଠାପର କର୍ତବ୍ୟ ପାଇଁ ତାଙ୍କୁ ସାଧୁବାଦ ଦେବା ଉଚିତ ବୋଲି ବୁଦ୍ଧିଜିବୀ ମହଲରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।