ଜିଲ୍ଲାଜଜ୍ ଙ୍କ ପୋଲସରା ବିଚାରବିଭାଗ ଅଦାଲତ ପରିଦର୍ଶନ।

ପୋଲସରା,  ୨୬/୦୧(ପିପିଟି):ଗୁରୁବାର ପୂର୍ବାହ୍ନ ୧୦.୩୦ ସମୟେ ପୋଲସରା ବିଚାର ବିଭାଗ ଅଦାଲତ ଜିଲ୍ଲାଜଜ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ ପରିଦର୍ଶନ କରି ଅଦାଲତ ସମ୍ପର୍କୀୟ ବିଭିନ୍ନ ବିଷୟ ଉପରେ ସ୍ଥାନୀୟ ଅଦାଲତ ବିଚାରପତି ଶ୍ରୀମତୀ ଦୀପ୍ତିମୟୀଙ୍କ ସହ ଆଲୋଚନା କରିଥିଲେ, ସ୍ଥାନୀୟ ଅଦାଲତ ର ସ୍ଥାୟୀ ଗୃହ ସକାଶେ କ୍ଷେତ୍ର ପରିଦର୍ଶନ କରି ବିଭାଗ ଅଧିକାରୀ ମାନଙ୍କ ସହ ଅଦାଲତ ଙ୍କ ନୂତନ ଗୃହ ନିର୍ମାଣର୍ଥେ ବିସ୍ତ୍ରୁତ ଆଲୋଚନା କରିଥିଲେ, ଏଥିରେ ଓକିଲ ସଙ୍ଘ ସମ୍ପାଦକ ଶ୍ରୀ କବିରାଜ ଦାସ, ଉପସଭାପତି ବଳରାମ ପ୍ରଧାନ, ସହସମ୍ପାଦକ ପ୍ରଶାନ୍ତ କୁମାର ଆଚାରୀ, , କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀ, ବରିଷ୍ଠ ଓକିଲ ପୁର୍ଣ୍ଣ ଚନ୍ଦ୍ର ମିଶ୍ର,ରମେଶ ଚନ୍ଦ୍ର ପ୍ରଧାନ, ସରକାରୀ କ୍ୟାଡ଼ର ଓକିଲ ଅବଦ୍ଧେଶ ପଟ୍ଟନାୟକ, ଶରତ ଚନ୍ଦ୍ର ପ୍ରଧାନ,ରତ୍ନାକର ମହାନ୍ତି, ସ୍ବପ୍ନ କୁମାର ମିଶ୍ର, ସତଚିଦାନନ୍ଦ୍ ପାଣିଗ୍ରାହୀ, ବ୍ରଜବନ୍ଧୁ ଦଳବେହେରା, ଅନିଲ କୁମାର ମହାଙ୍କୁଡ଼, ଦେବାଶିଷ ପାତ୍ର, ସଜିତ୍ କୁମାର ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ପଣ୍ଡା, ବ୍ରଜେନ୍ଦ୍ର ସାହୁ, ଅଗସ୍ତି ବରାଡ, ରଜନୀକାନ୍ତ ମିଶ୍ର, ସୁଧାଂଶୁ ଶେଖର ପ୍ରଧାନ, ଦେବାଶିଷ ପାତ୍ର, ସୀତାକାନ୍ତ ମିଶ୍ର, ସିମାଞ୍ଚଳ ହୋତା, ସିମାଞ୍ଚଳ ବେହେରା, ଜମୀର ଅଲ୍ଲୀ ଖାଁ, ବାସୁଦେବ ଡାକୁଆ, ଅକ୍ଷୟ ଦାସ ଙ୍କ ସମେତ ପ୍ରାୟ ସମସ୍ତ ଓକିଲ ବନ୍ଧୁ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ସ୍ୱଳ୍ପଦିନ ମଧ୍ୟରେ ବିଚାର ବିଭାଗୀୟ ଅଦାଲତ ଙ୍କ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment