ଜିଲୁଣ୍ଡିରେ ବଡ଼ ଧରଣର ଚୋରୀ ; ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସ୍ଥିତି ଅନୁଧ୍ୟାନ ।

ଭଞ୍ଜନଗର, ୧୪/୦୭(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଜିଲୁଣ୍ଡି ମୁଖ୍ୟ ରାସ୍ତାରେ ବିରେନ୍ଦ୍ର କୁମାର ପାତ୍ର ତଳ ମହଲାରେ ଚିଦାନନ୍ଦ ଔଷଧ ଦୋକାନ କରିଥିବା ବେଳେ ତାଙ୍କ ପରିବାର ଉପର ମହଲାରେ ରହୁଥିଲେ। ଗତ ୧୨ତାରିଖ ଦିନ ସେ କୌଣସି କାମରେ ନିଜ ପରିବାର ସହ ଭୁବନେଶ୍ୱର ଯାଇଥିଲେ।ହେଲେ ୧୩ତାରିଖରେ ଦୋକାନ ତାଲା ଭାଙ୍ଗିଥିବା ଦେଖି ତାଙ୍କୁ କିଛି ଲୋକ ଫୋନ୍ ଯୋଗେ ଏବିଷୟରେ ଜଣାଇଥିଲେ।ଏହା ଜାଣିବା ପରେ ବିରେନ୍ଦ୍ର ଭଞ୍ଜନଗର ଥାନାକୁ ଜଣାଇଥିଲେ।ସେହିଦିନ ରାତିରେ ଭୁବନେଶ୍ୱରରୁ ଫେରିବା ପରେ ବିରେନ୍ଦ୍ର ଦୋକାନରୁ ଚୋରି ହୋଇଥିବା ଦେଖି ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପତ୍ରରେ ଦୋକାନ ଡ୍ର ଓ ପାଖ ଘର ଆଲମୀରା ଭାଙ୍ଗି ସେଥିରେ ଥିବା ନଗଦ ପ୍ରାୟ ୮ଲକ୍ଷ ଟଙ୍କା କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଉଲ୍ଲେଖ କରାଯାଇଛି।ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୭୯୨/୨୫ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି।ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ର ଏବଂ ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment